ଘରକୁ ଫେରିଲେ ଦ୍ବିତୀୟ କରୋନା ଆକ୍ରାନ୍ତ

ଭୁବନେଶ୍ବର: ମାତ୍ର ୧୩ ଦିନରେ ସୁସ୍ଥ ହୋଇ ଘରକୁ ବାହୁଡ଼ିଛନ୍ତି ଓଡ଼ିଶାର ଦ୍ବିତୀୟ କରୋନା ଭୂତାଣୁ ଆକ୍ରାନ୍ତ। ୧୯ ବର୍ଷୀୟ ଏହି ଯୁବକ ଜଣକ ଲଣ୍ଡନରୁ ଫେରିଥିଲେ। ମାର୍ଚ୍ଚ ୧୯ ତାରିଖ ସଂଧ୍ୟାରେ ତାଙ୍କ ଠାରେ କରୋନା ଭୂତାଣୁ ପଜିଟିଭ୍ ଥିବା ଜଣା ପଡ଼ିଥିଲା। ସେ ଗତ ଦୁଇ ସପ୍ତାହ ଧରି ଭୁବନେଶ୍ବର ଏମ୍ସର ଆଇସୋଲେସନ୍ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ।