Odisha Link
Bridging the Missing Links in Odisha

ନିଜାମୁଦ୍ଦିନ୍‌ କରୋନା ସମ୍ପର୍କ: ଓଡ଼ିଶାରେ ୬ ବିଦେଶୀ ସମେତ ୨୦ ଚିହ୍ନଟ

ଭୁବନେଶ୍ବର: ଦିଲ୍ଲୀର ନିଜାମୁଦ୍ଦାନ ଦରଘା ଧର୍ମସଭାରେ ଭାଗ ନେଇଥିବା ୨୦ ଜଣ ବ୍ୟକ୍ତିଙ୍କୁ ଓଡ଼ିଶାରେ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ୬ ଜଣ ବିଦେଶୀ ଅଛନ୍ତି ସମସ୍ତ ୨୦ ଜଣଙ୍କର ରକ୍ତ ଓ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ଲାଗି ପଠାଯାଇଛି ବୋଲି ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ନିଜାମୁଦ୍ଦିନ ମସଜିଦ୍‌ରେ ଅନୁଷ୍ଠିତ ‘ତାଲିଘ୍‌ ଜମାତ୍ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ତଥା ବିଶ୍ବର ବିଭିନ୍ନ ପ୍ରାନ୍ତରୁ ୮୦୦୦ରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଲକ୍‌ଡାଉନ୍‌ ଘୋଷଣା ପରେ ମସଜିଦ୍‌ ପରିସରରେ ପ୍ରାୟ ୧୫୦୦ ଶ୍ରଦ୍ଧାଳୁ ଆଶ୍ରୟ ନେଇଥିବା ବେଳେ ଦୁଇଦିନ ତଳେ ସେମାନଙ୍କ ଭିତରେ ଅନେକଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। କେବଳ ସେତିକି ନୁହେଁ ପୂର୍ବରୁୁ ଏହି ସଭାରେ ଯୋଗଦେଇଥିବା ଜଣେ ବିଦେଶୀଙ୍କ ବ୍ୟତୀତ ୯ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିଲା। ବିଭିନ୍ନ ରରାଜ୍ୟରୁ ଏହି ସଭାରେ ଯୋଗ ଦେଇଥିବା ପ୍ରାୟ ୩୨୨ ଜଣ ଏଯାବତ୍‌ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଓଡ଼ିଶାରୁ କେଉଁମାନେ ଏଥିରେ ଯୋଗ ଦେଇଥିଲେ ସେମାନଙ୍କ ସନ୍ଧାନ କରୁଥିଲେ ରାଜ୍ୟ ସରକାର। ଆଜି ୨୦ ଜଣଙ୍କର ସନ୍ଧାନ ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ୬ ଜଣ ବିଦେଶୀ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର।

https://twitter.com/HFWOdisha/status/1245378721323732993

ନିଜାମୁଦ୍ଦିନ୍‌ ମସ୍‌ଜିଦ ଯାଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ତାମିଲନାଡ଼ୁରେ ସର୍ବାଧିକ ୧୯୦, ଆନ୍ଧ୍ରପ୍ରଦେଶରେ ୭୦, ଦିଲ୍ଲୀରେ ୨୪, ତେଲେଙ୍ଗାନାରେ ୨୧, ଆଣ୍ଡାମାନରେ ୧୦, ଆସାମରେ ୫, କଶ୍ମୀରରେ ଜଣେ ଓ ପୁଦୁଚେରୀରେ ଜଣଙ୍କ ଦେହରେ କରୋନା ପଜିଟିଭ୍‌ ମିଳିଛି। ଏମାନଙ୍କ ଛଡ଼ା ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଦିଲ୍ଲୀ ଓ ଅନ୍ୟ ରାଜ୍ୟମାନଙ୍କରେ କ୍ବାରାଣ୍ଟିନ୍‌ରେ ରଖାଯାଇଛି।

Comments are closed.