Odisha Link
Bridging the Missing Links in Odisha

ଆଫ୍ରିକାରେ ବସିତି ସ୍ଥାପନ କରିବେ ୩୦ କୋଟି ଚୀନବାସୀ

ଓଏଲ୍‌ ବ୍ୟୁରୋ: ବିଶାଳ ଆଫ୍ରିକା ମହାଦେଶର ବହୁ ଅଞ୍ଚଳରେ ଏବେ ବି ଖୁଉବ୍‌ କମ ଲୋକ ବସବାସ କରନ୍ତି। ଦକ୍ଷିଣ ଆଫ୍ରିକା ଭଳି ହାତଗଣତି କେତୋଟି ଦେଶକୁ ଛାଡ଼ିଦେଲେ ଏହି ମହାଦେଶର ଅଧିକାଂଶ ଅଞ୍ଚଳ ଆର୍ଥନୈତିକ, ଶିକ୍ଷା ଓ ସୁରକ୍ଷା ଦୃଷ୍ଟିରୁ ପଛୁଆ। ଏବେ ବି ବହୁ ଆଫ୍ରିକୀୟ ଦେଶରେ ପାରମ୍ପରିକ ରାଜା ଶାସନ ଚାଲିଛି।

ଉପନିବେଶ ସ୍ଥାପନ କରି ଏହି ମହାଦେଶରୁ ଆମପ ସମ୍ପଦ ଲୁଟିଥିଲେ ୟୁରୋପୀୟ। ଏହି ମହାଦେଶରୁ କ୍ରୀତଦାସ ଲୁଟିଥିଲେ ଆମରିକୀୟ। ଆଉ ଏବେ ଏଠାରେ ବସିତି ସ୍ଥାପନର ଯୋଜନା କରୁଛି ଚୀନ। ପ୍ରାୟ ୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଚୀନ୍‌ ନିଜ ଦେଶରୁ ୩୦ କୋଟି ଲୋକଙ୍କୁ ଆଫ୍ରିକା ସ୍ଥାନାନ୍ତର କରିବା ପାଇଁ ଚିନ୍ତା କରୁଛି।

କିଛି ବର୍ଷ ତଳେ ଆମେରିକୀୟ ଲେଖକ ଡୋ କାସେ ତାଙ୍କର ଉପନ୍ୟାସ ‘ସ୍ପେକୁଲେଟର’ରେ ଲେଖିଥିଲେ ଯେ ଚୀନ ଆଫ୍ରିକାକୁ ନିଜ ଅକ୍ତିଆରକୁ ନେଇଯିବ। ଆଉ ଯଦି ଏବେ ଚୀନର ବସତି ସ୍ଥାପନ ଯୋଜନା ସଫଳ ହୁଏ, ତେବେ ଉପନ୍ୟାସର କାହାଣୀ ସତହେବା ବେଶି ଡେରି ନୁହେଁ।

ଚୀନ ଗତ କିଛି ବର୍ଷ ଧରି ଧୀରେ ଧରୀେ ଚତୁରତାର ସହ ଆଫ୍ରିକାରେ ନିଜର କାୟା ଓ ପ୍ରଭୁତ୍ବ ବିସ୍ତାର କରିଚାଲିଛି। ୨୦୧୫ରେ ଚୀନ୍‌ ପକ୍ଷରୁ ଆଫ୍ରିକାର ୧୦ ହଜାର ଗାଁରେ ଲୋକଙ୍କୁ ଟିଭି ସେଟ୍‌ ଓ ସାଟେଲାଇଟ୍ ଆଣ୍ଟିନା ବଣ୍ଟାଯାଇଥିଲା। ଘରେ ଖାଇବାକୁ ନଥିବା, ପିଇବା ପାଇଁ ପାଣି ନଥିବା ଓ ଝାଟିମାଟି ଭଙ୍ଗା ବଖରାଟିଏରେ ରହୁଥିବା ଲୋକେ ହଠାତ୍‌ ସଂଜ ହେଲେ ଚାଇନିଜ୍‌ କୁଂଫୁ ସିନେମା ଦେଇବାର ସୁଯୋଗ ପାଇଲେ। ଏହି ଟିଭି ସେଟ୍‌ ମାଧ୍ୟମରେ ଚୀନ୍‌ କେନ୍ୟା ଓ ଆଉ କିଛି ଆଫ୍ରିକୀୟ ଦେଶକୁ ଏବେ ନିଜ ଚ୍ୟାନେଲ ସବୁ ଦେଖିବାର ସୁଯୋଗ ଦେଉଛି ଚୀନ। ବାହାରକୁ ଏହା ସମାଜସେବା ଭଳି ମନେ ହେଉଥିଲେ ହେଁ ଏହା ମାଧ୍ୟମରେ ଆଫ୍ରିକାର ଯୋଗାଯୋଗ ନେଟଓ୍ବର୍କୁ ନିଜ ଅଧୀନରେ ରଖିବାକୁ ଚେଷ୍ଟା କରୁଛି ଚୀନ।

ଷ୍ଟାର ଟାଇମ୍ସ ନାମକ ଚୀନର ଏକ ଟିଭି ନେଟଓ୍ବର୍କ ସଂସ୍ଥା ବର୍ତ୍ତମାନ ୩୦ରୁ ଅଧିକ ଆଫ୍ରିକୀୟ ଦେଶରେ ଏକ କୋଟିରୁ ଅଧିକ ଗ୍ରହକ (ସବସ୍କ୍ରାଇବର୍) ପାଇସାରିଲାଣି। ପାଶ୍ଚାତ୍ୟ ସର୍ଭିସ୍‌ ପ୍ରୋଭାଇଡରଙ୍କୁ ମାତ୍‌ ଦେଇ ଷ୍ଟାରଟାଇମ୍ସ ଆଫ୍ରିକାର ଏହି ସବୁ ଦେଶରେ ଟେଲିଭିଜନ ମାଧ୍ୟମରେ ଚୀନର ପ୍ରଚାର କରିବା ପାଇଁ ଉଦ୍ୟମ କରୁଛି। ସବୁଠୁ ଶସ୍ତା ପ୍ୟାକେଜ୍‌ରେ ଆଫ୍ରିକୀୟ ଲୋକେ କେବଳ ଅଲ୍‌ ଜଜିରା ଓ ଚୀନ ଗ୍ଲୋବାଲ ଟେଲିଭିଜନ୍‌ ନେଟଓ୍ବର୍କ (CGTN) ଅଧିନରେ ଥିବା ଚ୍ୟାନେଲ ସବୁ ଦେଖିବାର ସୁଯୋଗ ପାଉଛନ୍ତି।

ଏହା ଛଡ଼ା ପୁଞ୍ଜିଲଗାଣ ମାଧ୍ୟମରେ ମଧ୍ୟ ଚୀନା ଫାର୍ମଗୁଡ଼ିକ ଆଫ୍ରିକାରେ ଭାରତୀୟ ଓ ପାଶ୍ଚାତ୍ୟ କମ୍ପାନୀ ସବୁକୁ ମାତ୍‌ ଦେବାକୁ ବସିଲେଣି। ସବୁଠୁ ବଡ଼ କଥା ହେଲା ଚୀନ୍‌ ଏବେ ୩୦ କୋଟି ଲୋକଙ୍କୁ ଆଫ୍ରିକାରେ ନେଇ ବସତି ବସାଇବାର ଯୋଜନା କରୁଥିବା ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Comments are closed.