Odisha Link
Bridging the Missing Links in Odisha

ହ୍ବାଇଟ୍‌ ହାଉସ୍‌ ଆକଳନ: ଆମେରିକାରେ ୨.୪ ଲକ୍ଷ ମୁଣ୍ଡ ନେବ କରୋନା

ଓଏଲ୍‌ ବ୍ୟୁରୋ: ଆମେରିକା ଏବେ ବିଶ୍ବର ସର୍ବାଧିକ କରୋନା ଭୂତାଣୁ ସଂକ୍ରମିତ ଦେଶ ଭାବେ ଉଭା ହୋଇଛି। ଏଠାରେ ଆଜି ସୁଦ୍ଧା ୧ ଲକ୍ଷ ୯୦ ହଜାର ବ୍ୟକ୍ତି କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୪,୧୦୦ ଜଣ ମୃତ୍ୟୁବରଣ କରିସାରିଲେଣି। ତେବେ ଏ ସଂଖ୍ୟା ବେଶ୍‌ ଅଧିକ ହେବ ବୋଲି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଆକଳନ କରାଯାଇଛି।

ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୦ ହଜାର ହେବ ବୋଲି ହ୍ବାଇଟ୍‌ ହାଉସ୍‌ ଅନୁମାନ ଲଗାଇଛି। ବର୍ତ୍ତମାନର କରୋନା ସଂକ୍ରମଣ, ସନ୍ଦିଗ୍ଧ ଓ ମୃତ୍ୟୁକୁ ହିସାବକୁ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଆମେରିକୋ ମୃତ୍ୟୁ ସଂଖ୍ୟା ୧ ଲକ୍ଷରୁ ୨ ଲକ୍ଷ ୪୦ ହଜାର ଯାଏଁ ରହିପାରେ।

ଗଣମାଧ୍ୟମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଗାମୀ ଦୁଇ ସପ୍ତାହ ଆମେରିକାବସୀଙ୍କ ପାଇଁ ନର୍କଶେଯ ସମ ହୋଇପାରେ। ଲୋକାମନେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଟ୍ରମ୍ପ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.