Odisha Link
Bridging the Missing Links in Odisha

ଭୁବନେଶ୍ବର ବମିଖାଲରେ ୩ କରୋନା ଆକ୍ରାନ୍ତ, ଓଡ଼ିଶାରେ ୯

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସକାଳେ କଟକର ଜଣେ ଚିହ୍ନଟ ହୋଇଥିବା ବେଳେ ସଂଧ୍ୟାରେ ଭୁବନେଶ୍ବର ବମିଖାଲ ଅଞ୍ଚଳରେ ୩ ଜଣଙ୍କ ଦେହରା କୋଭିଡ୍-୧୯ ପଜିଟିଭ୍‌ ବାହାରିଛି। ଏମାନଙ୍କୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି।

ପୂର୍ବରୁ ଭୁବନେଶ୍ବରରେ ୪ ଜଣ ଓ ଭଦ୍ରକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରରେ ଚିହ୍ନଟ ୪ ଜଣଙ୍କ ମଧ୍ୟ ପ୍ରଥମ ଦୁଇ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଭୁବନେଶ୍ବର, କଟକ ଓ ଭଦ୍ରକରେ ଆଜି ରାତି ୮ଟା ଠାରୁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି।

Comments are closed.