Odisha Link
Bridging the Missing Links in Odisha

କ୍ରିକେଟରୁ କେବେ ସନ୍ୟାସ ନେବେ ବିରାଟ, ନିଜେ କଲେ ଖୁଲାସା

ନୂଆଦିଲ୍ଲୀ: ଲକ୍‌ ଡାଉନ୍‌ ଯୋଗୁଁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଏପ୍ରିଲ ୧୫ ଯାଏ ସ୍ଥଗିତ ରିହିଛି। ହେଲେ ଏହି ଲକ ଡାଉନ ସମୟରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବେଶ୍‌ ଚର୍ଚ୍ଚାରେ। କାରଣ ଲକ ଡାଉନ ପାଇଁ ଆଇପିଏଲ ସ୍ଥଗିତ ରହିଛି। ଫଳରେ ଅନ୍ତର୍ଜାତୀୟ କ୍ରିକେଟ୍ ୯ମାସ ଦୂରରେ ଥିବା ଧୋନିଙ୍କୁ ନେଇ ବହୁ ଚର୍ଚ୍ଚା ଲାଗି ରହିଛି। ଧୋନି ଆଗାମୀ ଟି-୨୦ ବିଶ୍ବକପ୍‌ ଖେଳିବେ ନା ସନ୍ୟାସ ନେବେ ଏଭଳି ବହୁ ପ୍ରଶ୍ନ ସୋଶିଆଲ ମିଡିଆରେ ଘୁରି ବୁଲୁଛି। ଏପରିକି ଅବସରକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଛି। ହେଲେ ଏବେ ସବୁଠୁ ଚର୍ଚ୍ଚିତ ଖବର ହେଉଛି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସନ୍ୟାସକୁ ନେଇ। ବିରାଟ କୋହଲି କେବେ କ୍ରିକେଟରୁ ଅଲବିଦା କହିବେ, ସେନେଇ ସେ ତାଙ୍କ ଇନଷ୍ଟାଗ୍ରାମରେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ୍ ପିଟରସେନଙ୍କ ସହ କଥା ହୋଇ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ଇଂଲଣ୍ଡର ପୂର୍ବତନ ଖେଳାଳି କେଭିନ୍‌ ପିଟରସନ୍‌ ସୋଶିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। କେଭିନ୍ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଇନଷ୍ଟ୍ରାଗ୍ରାମ ଲାଇଭ୍ ଚାଟରେ କ୍ରିକେଟ୍ ଓ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ପଚାରିଥିଲେ। ଏହାରି ମଧ୍ୟରେ କୋହଲିଙ୍କ ସନ୍ୟାସକୁ ନେଇ ପ୍ରଶ୍ନ କରିଥିଲେ ପିଟରସନ୍। କୋହଲି ଉତ୍ତରରେ କହିଥିଲେ ଯେ, କ୍ରିକେଟ ମଇଦାନରେ ମୁଁ ମୋର ସବୁ ଶକ୍ତି ଲଗାଇ ଖେଳିଥାଏ। ଯେଉଁଦିନ ମୁଁ ପଡ଼ିଆକୁ ୧୨୦ ପ୍ରତିଶତ ଯୋଗଦାନ ଦେବାକୁ ଚାହିଁବି ନାହିଁ, ସେହି ଦିନ ଖେଳରୁ ଅବସର ନେବି।’

ବିରାଟ ଆହୁରି କହିଛନ୍ତି ଯେ, ମୁଁ ପ୍ରତ୍ୟେକ ବଲରେ ୧୨୦ ପ୍ରତିଶତ ଦେଇଥାଏ। ଅନ୍ୟ କୌଣସି ଉପାୟରେ ମୁଁ ଖେଳିପାରିବି ନାହିଁ। ଯେବେ ମୁଁ ଅନୁଭବ କରିବି କି ଖେଳିବା ପାଇଁ ସକ୍ଷମ ନୁହେଁ, ସେତେବେଳେ ଖେଳରୁ ବିଦାୟ ନେବି।’

https://twitter.com/jatin_malu/status/1245964623120982016?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1245964623120982016&ref_url=https%3A%2F%2Fkhabar.ndtv.com%2Fnews%2Fcricket%2Fvirat-kohli-these-aspects-reveals-first-time-in-talking-with-kevin-peterson-hindi-2205442

Comments are closed.