Odisha Link
Bridging the Missing Links in Odisha

ରାଜ୍ୟରେ ଆଉ ୩ କରୋନା ରୋଗୀ ଚିହ୍ନଟ, ସଂଖ୍ୟା ୯କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟାହ୍ନରେ କଟକର ଜଣେ ପୀଡ଼ିତ ହୋଇଥିବା ବେଳେ ଏବେ ସନ୍ଧ୍ୟରେ ଭୁବନେଶ୍ବରର ବୋମିଖାଲ ଅଞ୍ଚଳର ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

ପୂର୍ବରୁ ଭୁବନେଶ୍ବରରେ ୪ ଜଣ ଓ ଭଦ୍ରକରେ ଜଣେ କରୋନା ପଜିଟିଭ୍‌ ମିଳିଥିଲେ। ଏବେ ପ୍ରକାଶିତ ସୂଚନା ଅନୁଯାୟୀ ୯ଜଣ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ବେଳେ ଏଯାବତ୍‌ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଆଉ ୭ ଜଣ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Comments are closed.