Odisha Link
Bridging the Missing Links in Odisha

୪ ଦିନରେ ଦୁଇଗୁଣା: ୨୭୪ ଜିଲ୍ଲାରେ ୩,୩୭୪ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ୪ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣା ବୃଦ୍ଧି ପାଇଛି। ତାବ୍‌ଲିଘି ଜମାତ୍‌ ଘଟଣା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ତ୍ବରିତ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି।

ଶ୍ରୀ ଅଗ୍ରଓ୍ବାଲ କହିଛନ୍ତି ଯେ ଏହି ଭୟଙ୍କର ଭୂତାଣୁ ବର୍ତ୍ତମାନ ଦେଶର ୨୭୪ ଜିଲ୍ଳାକୁ ବ୍ୟାପି ଗଲାଣି। ଆଜି ସୁଦ୍ଧା ଦେଶରେ ୩,୩୭୪ ଜଣ ଆକ୍ରାନ୍ତ ଜଣାପଡ଼ିଛନ୍ତି। ୧ ଏପ୍ରିଲ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୩୭ ଥିଲା। ଏହି ସଂଖ୍ୟା ଅଧିକ ହେବାରେ ଲାଗିଛି। ଗୋଟିଏ ଦିନରେ ଅତି କମରେ ୪୭୨ ନୂଆ ଆକ୍ରାନ୍ତଙ୍କ ସନ୍ଧାନ ମିଳିଥିବା ବେଳେ ଦେଶରେ ଏଯାବତ୍‌ ୭୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଲାଣି। ୨୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ବୋଲି ଶ୍ରୀ ଅଗ୍ରଓ୍ବାଳ ଗଣମାଧ୍ୟମକୁ କହିଛନ୍ତି।

ସବୁ ରାଜ୍ୟକୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ତେବେ ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ରାଜ୍ୟକୁ ଭିନ୍ନ ଭିନ୍ନ ସଂଖ୍ୟକ ଉପକରଣ ଦିଆଯାଇଛି। ରାଜ୍ୟମାନେ ଯଥେଷ୍ଟ ପିପିଇ ପାଉନଥିବା ଅଭିଯୋଗକୁ ଶ୍ରୀ ଅଗ୍ରଓ୍ବାଲ ଖଣ୍ଡନ କରିଛନ୍ତି।

Comments are closed.