Odisha Link
Bridging the Missing Links in Odisha

ସାରା ଦେଶରେ ଆଲୁଅ ବନ୍ଦ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଦେଶବାସୀ ୯ ମିନିଟ୍‌ ପାଇଁ ଘରର ଆଲୁଅ ବନ୍ଦ ରଖି କରୋନା ଲଢ଼େଇ ପ୍ରତି ନିଜର ଏକତା ପ୍ରଦର୍ଶନ କରିଛନ୍ତି। ଏଥିରେ ସାମିଲ ହୋଇଛି ଓଡ଼ିଶା।

ଭୁବନେଶ୍ବରରେ ମଧ୍ୟ ସହରବାସୀ ଶଅଙ୍ଖଳାର ସହ ଘରର ସମସ୍ତ ଲାଇଟ୍‌ ବନ୍ଦ କରି ବାହାରକୁ ଆସିଥିଲେ। ରାତି ୯ଟାରୁ ୯ଟା ୯ ମିନିଟ୍‌ ଯାଏଁ ବାଲକୋନୀରେ, ଛାତରେ ଅଥବା ଘର ବାହାରେ ଲୋକମାନେ ଦୀପ, ମହମବତୀ ଓ ମୋବାଇଲ ଫ୍ଲାସ୍‌ ଲାଇଟ୍‌ ଆଦି ଜାଳି ନିଜର ଏକତା ପ୍ରଦର୍ଶନ କରିଥିଲେ।

ଏ ସମୟରେ ପାଓ୍ବାର ଗ୍ରୀଡ୍‌ରେ କୌଣସି ଅସୁବିଧା ଲକ୍ଷ୍ୟ କରାଯାଇନାହିଁ।

Comments are closed.