Odisha Link
Bridging the Missing Links in Odisha

ଫଟୋ ମାଧ୍ୟମରେ ମୋଦିଙ୍କ ତାଳି ଓ ଦୀପ ଜାଳିବା ଆହ୍ବାନକୁ ସମାଲୋଚନା କଲେ ରାହୁଲ, କହିଲେ..

ନୂଆଦିଲ୍ଲୀ: ଆଜି ରାତି ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶବାସୀ ଘର ଲାଇଟ୍‌ ବନ୍ଦ କରି ଘର ଦୁଆରେ ଦୀପ, ମହମବତି ଜାଳୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ୯ ମିନିଟ୍‌ ମାଗିଥିଲେ। କରୋନା ଭାଇରସ୍ ସୃଷ୍ଟ ଅନ୍ଧକାରରୁ ଆଲୋକ ଆଡ଼କୁ ମୁହାଁଇବା ହେଉଛି ଏହାର ଉଦ୍ଦେଶ୍ୟ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ। ତେବେ ମୋଦି ଦେଶବାସୀଙ୍କୁ ଦେଇଥିବା ଆହ୍ବାନକୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ଆଜି ସନ୍ଧ୍ୟାରେ ଏକ ଫଟୋ ଟୁଇଟ କରି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି।

ରାହୁଲ ଟୁଇଟ କରି ଲେଖିଛନ୍ତି ଯେ, “କୋଭିଡ -୧୯ ବିରୋଧରେ ଲଢ଼ୁଥିବା ସ୍ୱାସ୍ଥ୍ୟ କ୍ଷେତ୍ରର ଡାକ୍ତର, ନର୍ସ, ସଫେଇ କର୍ମଚାରୀ ଇତ୍ୟାଦି ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଆମକୁ ମଧ୍ୟ ମନେ ରଖିବାକୁ ହେବ ଯେ ଏପର୍ଯ୍ୟନ୍ତ ସମସ୍ତେ ସୁରକ୍ଷା ଉପକରଣ ପାଇ ନାହାଁନ୍ତି। ଉପକରଣ ବିନା ଅନେକ ଉତ୍ସର୍ଗୀକୃତ କର୍ମଚାରୀ କ୍ରମାଗତ ଭାବରେ ନିଜ ଜୀବନକୁ ବିପଦରେ ପକାଇ କାମ କରିଚାଲିଛନ୍ତି ବୋଲି ସେ ଲେଖିଛନ୍ତି।

ଏହା ସହ ସାରା ବିଶ୍ବ ଏବଂ ଭାରତରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ କିଭଳି ବ୍ୟବସ୍ଥା କରାଯାଇଛି, ତାହାକୁ ତୁଳନା କରି ଏକ ଫଟୋ ଟୁଇଟ କରିଛନ୍ତି ରାହୁଲ। ସାରା ବିଶ୍ୱରେ ଯେଉଁଠି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସମସ୍ଥ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉଛି, ଏଭଳି ପରିସ୍ଥିତିରେ ଭାରତରେ କେବଳ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଦୀପ ଜାଳିବା, ଟର୍ଚ୍ଚ ଲାଇଟ ଲଗାଇବା ଏବଂ ତାଳି ମାରିବା ଭଳି କାମ କରାଯାଉଥିବା ନେଇ ସେ ଟୁଇଟ କରିଥିବା ଫଟୋରେ ଜଣାଇଛନ୍ତି।

Comments are closed.