Odisha Link
Bridging the Missing Links in Odisha

ଛାନିଆ ହୁଅନି, ନିର୍ଦ୍ଦିଷ୍ଟ ପରିବାରରେ ସୀମିତ କରୋନା ସଂକ୍ରମଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାତ୍ର ୫ରେ ସୀମିତ ଥିବା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଦିନରେ ୩୯ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ଓଡ଼ିଶାରେ ୧୮ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଭୁବନେଶ୍ବରର। ଭୁବନେଶ୍ବରରେ ଏଯାବତ୍‌ ମୋଟ ୩୨ ଜଣ କୋଭିଡ୍-୧୯ ରୋଗୀ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ବଢ଼ିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଭୟ ନ କରିବା ଲାଗି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଟୁଇଟରରେ ଭୁବନେଶ୍ବରବାସୀଙ୍କ ପାଇଁ ଆଶ୍ବାସନାର ଶବ୍ଦ ପରସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରର ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ରୋଗ ସୀମିତ ଓ ଆକ୍ରାନ୍ତମାନେ ପରିଚିତ ସମ୍ପର୍କୀୟ। ଏଣୁ ଏ ନେଇ ଛାନିଆ ନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ତେବେ ଲକ୍‌‌ଡାଉନ୍‌ ମାନିବା ସହ କେହି ଘରୁ ନ ବାହାରିବା ଲାଗି ସେ ଅନୁରୋଧ କରିଛନ୍ତି। ଅମାନ୍ୟକାରୀଙ୍କ ବିରୋଧରେ ପୁଲିସ କଡ଼ା କର୍ଯ୍ୟାନୁଷ୍ଠାନ ନେବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟ ଏକ ଟୁଇଟ୍‌ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ସାମାଜିକ ଦୂରତା ଅବମାନନାକାରୀଙ୍କୁ କ୍ଷମାଦେବାର ପ୍ରଶ୍ନ ଉଠୁନାହିଁ। ସାମାଜିକ ଦୂରତା ଭଙ୍ଗ କଲେ ଆପରାଧିକ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁଠି ଏଭଳି ଅବମାନନା ଦୃଷ୍ଟିଗୋଚର ହେବ ସେ ଦୋକାନ/ବଜାରକୁ ସିଲ କରିଦିଆଯିବ। କରୋନା ଲଢ଼େଇରେ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.