Odisha Link
Bridging the Missing Links in Odisha

କିଣାକିଣି ପାଇଁ ଗାଡ଼ିରେ ଯାଆନ୍ତୁ ନାହିଁ: ପୋଲିସ୍‌ କମିଶନର

ଭୁବନେଶ୍ବର: ଭୁବନେଶ୍ୱର, କଟକ ଓ ଭଦ୍ରକରୁ ଗତକାଲି ରାତି ୮ଟାରୁ ସଟ୍‌ଡାଉନ୍ ଉଠିଯାଇଛି ଏବଂ ପୂର୍ବପରି ଲକ୍‌ଡାଉନ୍‌ ବଳବତ୍ତର ରହିବ। ହେଲେ ଭୁବନେଶ୍ବର ଓ କଟକରେ ଲକ୍‌ଡାଉନ୍‌ ସମୟରେ ମଧ୍ୟ କଟକଣା କଡ଼ା ରହିବ। ପରିବା, ଗ୍ରୋସେରୀ ଏବଂ ଔଷଧ ଆଦି ପାଇଁ ଏଣିକି ବାଇକ୍‌ ବା କାର୍‌ ନେଇ ଯାଇପାରିବେନି। ଏଭଳି କଲେ କଠୋର ପଦକ୍ଷେପ ନିଆଯିବ ବୋଲି କଟକ-ଭୁବନେଶ୍ୱର ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭେଇକିଲ୍‌ ପାସ୍‌ ଥାଉ କି ନଥାଉ ଯେକୌଣସି ବଜାରରେ ଯେକୌଣସି ଗାଡ଼ି ପହଞ୍ଚିଲେ ମଧ୍ୟ ଜବତ କରାଯିବ। କିଣାକିଣି ପାଇଁ ପାଖ ଦୋକାନକୁ ଚାଲି କରି ଯିବାକୁ ହେବ। କୌଣସି ଜରୁରୀକାଳୀନ ସ୍ଥିତି ପାଇଁ ୧୦୦ ଡାଏଲ୍‌ କରିବାକୁ ସେ ଟ୍ୱିଟ୍‌ ଯୋଗେ କହିଛନ୍ତି।

ପୋଲିସ୍‌ କମିଶନର ଶ୍ରୀ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ୱରରେ ଏମିତି କୌଣସି ଜାଗା ନାହିଁ ଯେଉଁଠି ଚଲାବାଟ ଦୂରରେ ପରିବା ଦୋକାନ ନଥିବ। ବିଏମ୍‌ସି ମୋବାଇଲ ଭ୍ୟାନ୍ ଜରିଆରେ ଫୋନ୍‌ କରି ମଧ୍ୟ ଏସବୁ ମଗାଇ ହେବ। ପାଖ ଦୋକାନରୁ କିଣିବା ଆରମ୍ଭ କଲେ ହିଁ ବଡ଼ ବା ସେଣ୍ଟ୍ରାଲ ମାର୍କେଟ୍‌ ସବୁରେ ଭିଡ଼ କମିବ।”

Comments are closed.