Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୪୦କୁ ବୃଦ୍ଧି 

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। କେନ୍ଦ୍ରାପଡ଼ାର ଜଣେ ୩୨ ବର୍ଷୀୟ ଯୁବକ ଯିଏ ଦୁବାଇରୁ ଫେରିଥିଲେ ତାଙ୍କ ନମୁନା ପଜିଟିଭ ଆସିଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଆକ୍ରାନ୍ତ ଯୁବକ କେନ୍ଦ୍ରାପଡା ଅଞ୍ଚଳର ଏବଂ ସେ ଗତ ୨୪ ମାର୍ଚ୍ଚରେ ସେ ଦୁବାଇରୁ ଫେରିଥିଲେ ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

ଗତକାଲି ରାଜ୍ୟରେ ୧୮ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ବାହାରିବା ରାଜ୍ୟରେ ଏକ ରେକର୍ଡ ଥିଲା। ପୂର୍ବରୁ ଗତ ୩ ତାରିଖରେ ୧୫ ଟି ମାମଲା ଦେଖାଯାଇଥିଲା। ରାଜ୍ୟରେ ଥିବା ୪୦ଟି ମାମଲା ମଧ୍ୟରୁ ୩୨ଟି ଭୁବନେଶ୍ୱରରେ ଚିହ୍ନଟ ହୋଇଛି। ତେବେ ଧୀରେ ଧୀରେ ଅନ୍ୟ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି।

Comments are closed.