Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ ଦୁବାଇ ଫେରନ୍ତା କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ତାଙ୍କର ଘର କେନ୍ଦ୍ରାପଡ଼ାରେ। ୩୨ ବର୍ଷିୟ ଏହି ଯୁବକ ଜଣକ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିଲେ।

ରାଜ୍ୟରେ ୪୦ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ୨ ଜଣ ସୁସ୍ଥା ହୋଇ ଘରକୁ ଫେରିଛନ୍ତି। ୩୮ ଜଣ ଏବେ ସକ୍ରିୟ କୋଭିଡ୍-୧୯ ପଜିଟିଭ୍‌ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

୪୦ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଭୁବନେଶ୍ବରେ ୩୨ ଜଣ ବାହାରିଥିବା ବେଳେ ପୁରୀରେ ଜଣେ, ଭଦ୍ରକରେ ୩ ଜଣ, କଟକରେ ଜଣେ, ଯାଜପୁରରେ ଜଣେ, କଳାହାଣ୍ଡିରେ ଜଣେ ଓ ଆଜି କେନ୍ଦ୍ରାପଡ଼ାରେ ଜଣେ ଚିହ୍ନଟ ହୋଇଛନ୍ତି।

Comments are closed.