Odisha Link
Bridging the Missing Links in Odisha

କୋଭିଡ ହସ୍ପିଟାଲ ଅଲଗା, ଅନ୍ୟ ରୋଗୀ ଡରିବାର ଆବଶ୍ୟକତା ନାହିଁ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ରାଜ୍ୟରେ ମହାମରୀ କରୋନା ଭାଇରସର ମୁକାବିଲା ନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ସାମ୍ବାଦିକ ସମ୍ମିଳନୀ। ସାମ୍ବାଦିକ ସମ୍ମିଳନରେ ସେ କହିଛନ୍ତି ଯେ, କୋଭିଡ୍-୧୯ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଜରୁରୀ। ସେଥିପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ ୭ଟି ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରାଯାଇଛି। ଖୁବଶ୍ରୀଘ୍ର ଅନ୍ୟ ଜିଲ୍ଲାରେ କୋଭିଡ ହସ୍ପିଟାଲ ହେବ। ଏସିସିବି, କଟକ ସ୍ଥିତ ହସ୍ପିଟାଲରେ କରୋନା ଆକ୍ରାନ୍ତ ରୋଗୀ ନାହାଁନ୍ତି। ରୋଗୀ ସଂକ୍ରମଣ ଆଶଙ୍କା କଲେ ହେଲ୍ପଲାଇନ ନମ୍ୱର ୧୦୪ରେ ଯୋଗାଯୋଗ କରିବେ ବୋଲିି କହିଛନ୍ତି ସ୍ବାସ୍ଥ୍ୟ ସଚିବ।

ସେ ଆହୁରି କହିଛନ୍ତି ଯେ, କରୋନା ମୁକାବିଲାରେ ଘରୋଇ ହସ୍ପିଟାଲଗୁଡିକ ମଧ୍ୟ ସହଯୋଗ କରିଆସୁଛନ୍ତି। କରୋନା ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଘରୋଇ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହୋଇପାରିବେନି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ। ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ସମସ୍ତ ହସ୍ପିଟାଲରେ ‘ଫ୍ଲୁ କର୍ଣ୍ଣର’ ରଖିବା ଜରୁରୀ ଅନ୍ୟ ରୋଗୀ ଯେଉଁମାନେ ହସ୍ପିଟାଲ ଆସୁଛନ୍ତି, ସେମାନଙ୍କୁ ଚିକିତ୍ସା ଯୋଗାଇବାକୁ ସରକାର ଚେଷ୍ଟିତ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ। ଏଥିସହିତ ରାଜ୍ୟର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଜି ସ୍ବାସ୍ଥ୍ୟ ସଚିବ କହିଛନ୍ତି।

ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ହିଁ କରୋନା ଚିକିତ୍ସା ହେବ। କରୋନା ଆକ୍ରାନ୍ତଙ୍କ ସ୍ୱତନ୍ତ୍ର ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟ ରୋଗୀ ଡରିବାର ଆବଶ୍ୟକତା ନାହିଁ ଏବଂ ଅନ୍ୟରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା କରିବାରେ କିଛି ଅସୁବିଧା ହେବ ନାହିଁ। ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କିମ୍ସ,ସମ୍, ଅଶ୍ୱିନୀ ହସ୍ପିଟାଲରେ ଚାଲିଛି ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି।

କରୋନା ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା। ସ୍ୱାସ୍ଥ୍ୟ ସେବାରେ ନର୍ସ ଓ ଧାଈଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କରୋନା ରୋଗ ଜଣଙ୍କଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହୋଇପାରେ। କୋଭିଡ୍ ରୋଗୀଙ୍କୁ ଅନ୍ୟଜଣଙ୍କଠାରୁ ଅଲଗା ରଖିବା ଜରୁରୀ ଅଟେ। ସେଥିପାଇଁ ସରକାର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରିଛନ୍ତି ବୋଲି କହିଛନ୍ତି।

Comments are closed.