Odisha Link
Bridging the Missing Links in Odisha

କେନ୍ଦ୍ରୀୟ ଗୁଇନ୍ଦା ଅଫିସ୍ ୧୪ ଦିନ ପାଇଁ ସିଲ୍

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ୧୪ ଦିନ ପାଇଁ ସିଲ୍‌। ଏହାର ସମସ୍ତ କର୍ମଚାରୀ ୧୪ ଦିନ ପାଇଁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବେ। ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

ସଂକ୍ରମଣ ଆଶଙ୍କାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିବା BMC କମିଶନର ପ୍ରେମଚନ୍ଦ୍ର ଚୌଧୂରୀ ସୂଚନା ଦେଇଛନ୍ତି ।ଏଥିସହିତ ସମସ୍ତଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯିବ ବୋଲି କମିଶନର କହିଛନ୍ତି।

Comments are closed.