Odisha Link
Bridging the Missing Links in Odisha

ଆସିଲା ୪ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ବର: ଗତକାଲି ରାଜ୍ୟରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର। ଗତକାଲିର ୫୧, ୫୨, ୫୩, ୫୪ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କଲେ ସରକାର। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଞ୍ଚଳର ୨ ଜଣ, କେନ୍ଦ୍ରପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଜଣେ ଓ ରାଜଧାନୀ ଭୁବନେଶ୍ୱରର ଜଣେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସାମ୍ନାକୁ ଆସିଛି।

୫୧ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ: ୫୧ ନମ୍ବର ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ୬୭ ବର୍ଷୀୟ ବୃଦ୍ଧ। ତାଙ୍କ ଘର ସୁନ୍ଦରଗଡ ବିଶ୍ରା ଅଞ୍ଚଳରେ। ଗସ୍ତ ବିବରଣୀରେ ସେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ସ୍ପଷ୍ଟ ଲେଖା ଯାଇଛି। ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୫ ତାରିଖରେ ଉତ୍କଳ ଏକ୍ସପ୍ରେସ (ଟ୍ରେନ ନଂ- ୧୮୪୭୭)ରେ ରାଉରକେଲା ଛାଡିଥିଲେ । ମାର୍ଚ୍ଚ ୬-୧୦ ଯାଏଁ ଦିଲ୍ଲୀ ନିଜାମୁଦ୍ଦିନକୁ ଯାଇଥିଲେ। ୧୦ ମାର୍ଚ୍ଚରେ ନିଜାମୁଦ୍ଦିନରୁ ବିଳାଶପୁର ସମ୍ପର୍କ କ୍ରାନ୍ତି (୧୨୮୨୪,ଏସ୪ ୪୯)ରେ ଫେରିିଥିଲେ। ୧୧ ମାର୍ଚ୍ଚରେ ରାଉରକେଲାରେ ପହଞ୍ଚି ଅଟୋରେ ବିଶ୍ରା ଯାଇଥିଲେ। ମାର୍ଚ୍ଚ ୧୨ରୁ ୨ ଏପ୍ରିଲ ଯାଏ ହୋମ କ୍ୱାରେଣ୍ଟାଇନରେ ଥିଲେ। ୨ ଏପ୍ରିଲରୁ ୧୧ ଏପ୍ରିଲ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ। ୧୧ ଏପ୍ରିଲ ଅର୍ଥାତ ଗତକାଲି ତାଙ୍କର ନମୂନା ପଜିଟିଭି ଆସିଥିଲା। ତାଙ୍କୁ ଗତକାଲି ହିଁ ରାଉରକେଲା କୋଭିଡ ହସ୍ପିଟାଲ ସ୍ଥାନନ୍ତରିତ କରାଯାଇଛି।

୫୨ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ: ୫୨ ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ୧୮ ବର୍ଷିୟ ଯୁବକ। ତାଙ୍କ ଘର ସୁନ୍ଦରଗଡ ବିଶ୍ରା ଅଞ୍ଚଳର। ଯୁବକ ଜଣକ ୧୦ ମାର୍ଚ୍ଚରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ। ସେହି ଦିନ ହିଁ ଯାଜପୁର ଚାରିନଙ୍ଗଳାରୁ ବସ ଯୋଗେ ରାଉରକେଲା ଯାଇଥିଲେ। ୧୧ ରେ ରାଉରକେଲାରୁ ଅଟୋ ଯୋଗେ ବିସ୍ରା ଯାଇଥିଲେ। ୧୧ରୁ ୨୦ ଯାଏଁ ଆଶିୟାନା ମସଜିଦରେ ରହିଥିଲେ। ୧୪ ମାର୍ଚ୍ଚରୁ ୫ ଏପ୍ରିଲ ମଧ୍ୟରେ ମସଜିଦ ପାଖ ଅଞ୍ଚଳ ଭ୍ରମଣ କରିଥିଲେ। ୫ରୁ ୧୧ ଏପ୍ରିଲ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ। ଗତକାଲି ନମୂନା ପଜିଟିଭ ଆସିବା ପରେ ରାଉରକେଲା କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ ହୋଇଛନ୍ତି।

୫୩ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ: ୫୩ ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ୪୬ ବର୍ଷୀୟ ପୁରୁଷ। ସେ ଭୁବନେଶ୍ବର ଝାରପଡ଼ା ଅଞ୍ଚଳର। ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୫ରୁ ୩ ଏପ୍ରିଲ ଯାଏଁ ବାଙ୍କୁଆଳ, କେଶୁରା, ସହିଦ ନଗରରେ ରହିଥିଲେ। ୪ ଏପ୍ରିଲରୁ ୬ ଏପ୍ରିଲ ପର୍ଯ୍ୟନ୍ତ ଏମ୍ସରେ ଚିକିତ୍ସିତ ୪୨ ନମ୍ବର ଆକ୍ରାନ୍ତଙ୍କ ଆଟେଣ୍ଡାଣ୍ଟ ଥିଲେ। ଏପ୍ରି ୭ରୁ ୧୦ କ୍ୱାରେଣ୍ଟାଇନରେ ରହିଥିଲେ । ୧୧ରେ ନମୂନା ପଜିଟିଭ ଆସିବା ପରେ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି।

୫୪ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ: ୫୪ ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ୧୭ ବର୍ଷୀୟ ଯୁବତୀ। ତାଙ୍କ ଘର କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର। ୨୯ ମାର୍ଚ୍ଚରେ ଯୁବତୀ ଜଣଙ୍କ ଆମ୍ବୁଲାନ୍ସ ଯୋଗେ କଲିକତାରୁ ଭାୟା ବାଲେଶ୍ୱର ଏବଂ ଭଦ୍ରକରୁ ଗାଁକୁ ଆସିଥିଲେ। ୩୦ ମାର୍ଚ୍ଚରୁ ୧୧ ଏପ୍ରିଲ ଯାଏଁ ରାଜନଗର ସ୍ଥିତ ନିଜ ଗାଁରେ ହୋମକ୍ୱାରେଣ୍ଟାଇନରେ ଥିଲେ । ଗତକାଲି ନମୂନା ପଜିଟିଭ ଆସିବା ପରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

Comments are closed.