Odisha Link
Bridging the Missing Links in Odisha

କରୋନାକୁ ହରାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଡାକ୍ତରଖାନାରୁ ଫେରି କ’ଣ କହିଲେ (ଦେଖନ୍ତୁ ଭିଡିଓ)

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ନିକଟରେ ଗୁରୁତର ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ଭଲ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ତେବେ ତୁରନ୍ତ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତର ମାନେ ବାରଣ କରିଛନ୍ତି। କିଛି ସପ୍ତାହ ତଳେ ଜନସନ୍ କରୋନା ପୀଡ଼ିତ ହୋଇ ସେଣ୍ଟ ଥମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୭ ଦିନ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋାଇ ପଡ଼ିଥିଲା ଏବଂ ତାଙ୍କୁ ଆଇୟୁସିରେ ରଖା ଯାଇଥିଲା। ୩ ଦିନ ଆଇସିୟୁରେ ରହିବା ପରେ ସେ ସୁସ୍ଥ ଅନୁଭବ କରିଛନ୍ତି ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଡାକ୍ତରଖାନାରୁ ବାହାରିବା ପରେ ଡାକ୍ତର ଓ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନସନ। ​ସେ କହିଛନ୍ତି ମୋ ଜୀବନ ସ୍ବାସ୍ଥ୍ୟ କର୍ମଚାରୀ ଙ୍କ ଦାନ ଓ ସେମାନଙ୍କୁ ମୋର ଜୀବନ ଅର୍ପଣ କରୁଛି । ଏଥିସହିତ ଏଭଳି ସମୟରେ ସମସ୍ତେ ଘରେ ରୁହନ୍ତୁ ଏବଂ ସାମାଜିକ ଦ୍ବରତ୍ବ ବଜାୟ ରଖନ୍ତୁ ବୋଲି ଜନସନ କହିଛନ୍ତି।

୫୫ ବର୍ଷିୟ ଜନସନ୍ ଦୁଇ ସପ୍ତାହ ପୂର୍ବେ ଅସୁସ୍ଥ ଅନୁଭବ କରିଥିଲେ ଓ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯିବା ପରେ ସେ କରୋନା ପୀଡ଼ିତ ହୋଇଥିବା ଜଣା ପଡ଼ିଥିଲା। ଏହି ସମୟରେ ସେ ଘରୁ ଥାଇ କାର୍ଯ୍ୟ କରୁଥିଲେ। ମାତ୍ର ପରେ ତାଙ୍କୁ ଅପ୍ରେଲ ୫ ତାରିଖରେ ସେଣ୍ଟ ଥମାସ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ମାତ୍ର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଥିଲା ଓ ଶେଷରେ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟର ମଧ୍ୟରେ ରଖିବାକୁ ପଡ଼ିଥିଲା। ଏହି ସମୟରେ ଜନସନ୍ ବିଦେଶ ସଚିବ ଡୋମିନିକ୍ ରବଙ୍କୁ ଦେଶର କରୋନା ସଂକ୍ରାନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.