Odisha Link
Bridging the Missing Links in Odisha

ମଞ୍ଚ କଳାକାରଙ୍କ ଅଭିନବ ପ୍ରୟାସ, ଘରେ ବସି ପ୍ରସ୍ତୁତକଲେ କରୋନା ସଚେତନତା ଭିଡିଓ

ଭୁବନେଶ୍ବର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଅନେକେ ଏହାକୁ ପାଳନ କରୁ ନଥିବାର ଦେଖିବାକୁ ମିଳୁଛି। ଘରୁ ନ ବାହାରିବା ପାଇଁ ସରକାରଙ୍କର ନିର୍ଦ୍ଦେଶ ଥିଲେ ହେଁ ଲୋକମାନେ ଏହାକୁ ଅମାନ୍ୟ କରି କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ବଢ଼ାଇବା ସହ ନିଜ ପରିବାର ଓ ଅନ୍ୟମାନଙ୍କ ପାଇଁ ବିପଦ ଟାଣି ଆଣୁଛନ୍ତି। ଏଭଳି ସମୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଆଗେଇ ଆସିଛନ୍ତି ରାଜ୍ୟର ୮ ଜଣ ମଞ୍ଚ କଳାକାର।

ଲକ୍‌ଡାଉନ୍‌ ନିୟମକୁ ମାନି ଏହି କଳାକାରମାନେ ନିଜ ଘରେ ଥାଇ ହିଁ ଏପରି ଅଭିନବ ଭିଡିଓ ପ୍ରସ୍ତୁତ କରିଛନ୍ତି। ଭିଡିଓରେ ଯାହାକୁ ଯେଉଁ ଚରିତ୍ର ଓ ସଂଳାପ ମିଳିଛି ସେ ତାହା ନିଜ ଘରେ ବସି ମୋବାଇଲ ମାଧ୍ୟମରେ ଚିତ୍ର ଉତ୍ତୋଳନ କରି ପଠାଇଛନ୍ତି। ଏ ସବୁକୁ ଏକାଠି କରି ସଚେତନତା ଭିଡିଓଟି ପ୍ରସ୍ତୁତ କରିଛନ୍ତି ଲୋପାମୁଦ୍ରା ବାରିକ। ସୂର୍ଯ୍ୟକାନ୍ତ ଛୋଟରାୟ ଏହାର ପରିକଳ୍ପନା କରିଥିବା ବେଳେ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଲୋପାମୁଦ୍ରା।

ଭିଡିଓଟିରେ ଅଭିନୟ କରିଛନ୍ତି ଭାସ୍ବତୀ ବସୁ, ଦେବଦତ୍ତ ପତି, ସୌମ୍ୟରଂଜନ ବେହେରା, ଲୋପାମୁଦ୍ରା ବାରିକ, ସୂର୍ଯ୍ୟକାନ୍ତ ଛୋଟରାୟ, କ୍ରୀଷ୍ଣା ସିଂ, ଅନ୍ତର୍ଯ୍ୟାମୀ ମିଶ୍ର, ଶିବାନୀ ପଣ୍ଡା। ସରକାରଙ୍କ ଲକ୍‌ଡାଉନ୍‌ ନିୟମ ମାନି ଘରେ ରହିବା ସହ ଆମେ କିଭଳି କରୋନାକୁ ପ୍ରତିହତ କରିବା ସପରିବାର ସାମିଲ ହୋଇପାରିବା ଏହାର ବାର୍ତ୍ତା ଏହି ଭିଡିଓରେ ରହିଛି।

https://www.facebook.com/OdishaLink/videos/1130217524001125

Comments are closed.