Odisha Link
Bridging the Missing Links in Odisha

କ୍ବାରାଣ୍ଟିନ୍‌ରେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ଆତ୍ମ ଏକାନ୍ତବାସରେ ରହିଲେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। କରୋନା ଆକ୍ରାନ୍ତଙ୍କ ସହ ମିଶିବା ପରେ ଗତକାଲି ଠାରୁ ସେ ଏକାନ୍ତବାସରେ ଅଛନ୍ତି।

ମଙ୍ଗଳବାର ଦିନ କଂଗ୍ରେସ ବିଧାୟକ ଇମ୍ରାନ ଖେଡ଼ାଓ୍ବାଲା ଓ ଅନ୍ୟ ୨ ଜଣ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବଅଠକରେ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ ମନ୍ତ୍ରୀ ପ୍ରଦୀପ ସିଂହ ଜାଡ଼େଜା ମଧ୍ୟ ଉପସ୍ଥିତ ଥିଲେ। ତେବେ ପୂର୍ବରୁ ସନ୍ଦେହରେ ଥିବା ଇମ୍ରାନଙ୍କ ନମୁନା ପରୀକ୍ଷଣ ପାଇଁ ଯାଇଥିଲା ଯାହାର ରିପୋର୍ଟ ମଙ୍ଗଳବାର ସଂଧ୍ୟାରେ ଆସିଥିଲା। ସେ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହ ମିଶିଥିବା ଅନ୍ୟ କଂଗ୍ରେସ ବିଧାୟକମାନେ ଏ ନେଇ ସଚେତନତା ଅବଲମ୍ବନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଘରେ ସମ୍ପୂର୍ଣ୍ଣ ଏକାନ୍ତବାସରେ ଥିବା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟଶାସନ ବୁଝୁଛନ୍ତି। ସନ୍ଦିଗ୍ଧ ଥାଇ ମଧ୍ୟ ଘରୁ ବାହାରିବା ଓ ଅନ୍ୟମାନଙ୍କ ପପାକକୁ ଯିବା ବିଧାୟକ ଇମ୍ରାନଙ୍କର ବଡ଼ ଭୁଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସଚିବ ଅଶ୍ବିନୀ କୁମାର।

Comments are closed.