Odisha Link
Bridging the Missing Links in Odisha

ଯାଜପୁର: ସରକାରୀ ଅଧିକାରୀଙ୍କୁ ଆକ୍ରମଣ କଲେ ନିଜାମୁଦ୍ଦିନ ଫେରନ୍ତା, ୮ ଗିରଫ

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ଜଣେ ନିଜାମୁଦ୍ଦିନ ମର୍କାଜ ଫେରନ୍ତା ଓ ତାଙ୍କର ସହଯୋଗୀମାନେ ୨ ଜଣ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଓ ଅଟକ ରଖିଥିବା ଅଭିଯୋଗ ହୋଇଛି। ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ମର୍କାଜ୍‌ ଫେରନ୍ତା ଓ ତାଙ୍କର ଆଉ ୨ ସହଯୋଗୀଙ୍କୁ କ୍ବାରାଣ୍ଟିନ୍‌ ପଠାଯାଇଛି।

କୁଆଖିଆ ଥାନା ଅଧୀନ ଗୋପୀନାତପୁର ଗାଁକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଓ ଅନ୍ୟ ଅଧିକାରୀମାନେ କରୋନା ଲକ୍‌ଡାଉନ୍‌ ନିୟମ କିଭଳି ପାଳନ ହେଉଛି ତଦାରଖ କରିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି। ରାସ୍ତାରେ ବିଡିଓ ଓ ତହସିଲଦାର ଲୋକମାନଙ୍କୁ ତନଖି କରୁଥିବା ବେଳେ ମାସ୍କ ପିନ୍ଧି ନଥିବା ୩ ଜଣ ବ୍ୟକ୍ତି ଏକ ବାଇକରେ ଆସି ଅଟକି ନଥିଲେ ଏବଂ ଗୋପୀନାଥପୁର ଗାଁ ଭିତରକୁ ଚାଲିଯାଇଥିଲେ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି। ଦୁଇ ଅଧିକାରୀ ସେମାନଙ୍କୁ ଗୋଡ଼ାଇଥିବା ବେଳେ ପୂର୍ବୋକ୍ତ ତିନି ଜଣ ଆଉ କିଛି ସହଯୋଗୀଙ୍କ ସହ ଦୁଇ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଗାଁରେ ଅଟକ ରଖିଥିଲେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ପରେ ପୁଲିସ ଗାଁରେ ପହଞ୍ଚି ଉଭୟ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ। ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ ୩ ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ନିଜାମୁଦ୍ଦିନ ଫେରନ୍ତା। ତୁରନ୍ତ ତିନି ଜଣଙ୍କୁ ପ୍ରଶାସନ କ୍ବାରାଣ୍ଟିନ୍‌କୁ ପଠାଇଛି। ସେମାନଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ରିପୋା୍ଟ ଆସିଲେ ସମ୍ପର୍କ-ସୂଚନା ଗ୍ରହଣ () କରାଯିବ। ଏହି ଆକ୍ରମଣ ଘଟଣାରେ ଗାଁର ୮ ଜଣଙ୍କୁ ଗିରଫ କରାଯାଇଛି। ଗାଁରେ ଅପ୍ରୀତିକର ପରିସ୍ଥିତି ନ ହେବା ଲାଗି ୧୪୪ ଧାରା ଜାରି କରାଯାଇଛି।

ପୂର୍ବରୁ ଯାଜପୁରରେ ଜଣେ ନିଜାମୁଦ୍ଦିନ ଫେରନ୍ତା କରୋନା ଆକ୍ରାନ୍ତ ହୋଇଥିଲେ ଯିଏ ଏବେ ସୁସ୍ଥ ଅଛନ୍ତି।

Comments are closed.