Odisha Link
Bridging the Missing Links in Odisha

ଜଷ୍ଟିସ୍ ମହମ୍ମଦ ରଫିକ୍ ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏନେଇ ସୁପାରିସ୍ ହୋଇଛି। ଜଷ୍ଟିସ ରଫିକ ବତ୍ତର୍ମାନ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି।

ପ୍ରକାଶ ଥାଉକି ଜଷ୍ଟିସ ମହମ୍ମଦ ରଫିକ ପୂର୍ବରୁ ଦୁଇ ଥର ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୧୩ ନଭେମ୍ବର ୨୦୧୯ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାଇତ୍ଵ ଗ୍ରହଣ କରିଥିଲେ।

୧୯୮୪ ମସିହାରେ ରେ ରାଜସ୍ଥାନ ରେ ଆଇନରେ ଡିଗ୍ରୀ ହାସଲ କରିବା ପରେ ସେ ଓକିଲାତି ଆରମ୍ଭ କରିଥିଲେ। ବିଶେଷ କରି ସାମ୍ବିଧାନୀକ ମାମଲା ଠୁ ଆରମ୍ଭ କରି ଚାକିରି ସଂକ୍ରାନ୍ତିୟ, ଜମିଜମା , ରେଲୱେ କ୍ଲେମ କେଶ, କମ୍ପାନୀ, ଓ ଫୌଜଦାରୀ ମାମଲାରେ ବେଶ ପାରଦର୍ଶିତାର ସହ ଓକିଲାତି ରେ ସୁନାମ ଅର୍ଜନ କରିଥିଲେ। ବର୍ତ୍ତମାନ ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ନେଇ ସୁପ୍ରିମକୋର୍ଟର କଲେଜିଅମ ସୂତ୍ରରୁ ବିଜ୍ଞପ୍ତି ପ୍ରକାଶ ପଇଛି।

ସୂଚନାଥାଉକି, ଓଡିଶା ହାଇକୋର୍ଟରେ ଜଷ୍ଟିସ ସଞ୍ଜୁ ପଣ୍ଡା ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି ।

Comments are closed.