ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ, ମୋଟ ୬୮

ଭୁବନେଶ୍ବର: ରାଜ୍ୟରେ ଆଉ ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍।
ଆଜି ଯାଏ ରାଜ୍ୟରେ ୧୦,୬୪୧ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୦,୫୭୩ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ରାଜ୍ୟରେ ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ୬୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ବିଭିନ୍ନ କୋଭିଡ୍-୧୯ ହସ୍ପିଟାଲରେ ୪୩ ଜଣ ଚିକିତ୍ସିତ ହେଉଛନ୍ତି।
ଆଜି ଚିହ୍ନଟ ହୋଇଥିବା ୭ ଜଣ କେଉଁ ଅଞ୍ଚଳର ଓ ସେମାନଙ୍କ ଗସ୍ତ ବିବରଣୀ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।