Odisha Link
Bridging the Missing Links in Odisha

ଶୃଙ୍ଖଳିତ ଜନଶୃଙ୍ଖଳ: ସାମାଜିକ ଦୂରତା ରଖି ବିକ୍ଷୋଭ ପ୍ରଦର୍ଶନ କଲେ

ତେଲ ଆଭିଭ୍: ଇସ୍ରାଏଲ ରାଜଧାନୀରେ ଏକ ନିଆରା ବିକ୍ଷୋଭ ଦେଖିବାକୁ ମିଳିଛି। ପ୍ରଦର୍ଶନ ପୂର୍ବରୁ ସାମାଜିକ ଦୂରତା ରକ୍ଷା ପାଇଁ ଆୟୋଜକଙ୍କ ପକ୍ଷରୁ ଭୂଇଁରେ ଘର କଟାଯାଇଥିବା ବେଳେ ସମସ୍ତଙ୍କୁ ମାସ୍କ ଦିଆଯାଇଥିଲା।

ରବିବାର ଦିନ ୨୦୦୦ରୁ ଅଧିକ ବ୍ୟକ୍ତି ତେଲ ଆଭିଭର ରବିନ ସ୍କ୍ବାରରେ ଏକତ୍ରିତ ହୋଇ ବ୍ଲାକ୍‌ ଫ୍ଲାଗ୍‌ ପ୍ରତିବାଦରେ ଭାଗ ନେଇଥିଲେ। ସମସ୍ତଙ୍କ ମଧ୍ୟରେ ଦୁଇ ମିଟର ଦୂରତା ରକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟେହୁଙ୍କ ଶାସନ ଓ ଅଗାଣତାନ୍ତ୍ରିକ ଆଚରଣ ବିରୋଧରେ ଏହି “ବ୍ଲାକ୍‌ ଫ୍ଲାଗ୍” ବିକ୍ଷୋଭ ମାର୍ଚ୍ଚ ମାସ ଠାରୁ ବିଭିନ୍ନ ଞଙ୍ଗରେ ହୋଇ ଆସୁଛି। ଗୁରୁବାର ଦିନ ସହରର ହବିମା ସ୍ବାରରେ ମଧ୍ୟ ଅନୁରୂପ ଲକ ବିକ୍ଷୋଭରେ ୨୦୦୦ ବ୍ୟକ୍ତି ଭାଗ ନେଇଥିଲେ।

ଏହି ବିକ୍ଷୋଭ ସମୟରେ ପ୍ରତିବାଦକାରୀମାନେ ହାତରେ କଳାପତାକା ଧରିବାର ବିଧି ରହିଛି। ପ୍ରଧାନମନ୍ତ୍ରୀ ଜନତାଙ୍କର ବିଶ୍ବାସ ଭାଙ୍ଗିବା ସହ ଲାଞ୍ଚ କାରବାର ଓ ଠକେିରେ ସଂଶ୍ଳିଷ୍ଟ ଅଛନ୍ତି ବୋଲି ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି।

Comments are closed.