Odisha Link
Bridging the Missing Links in Odisha

ଓଡ଼ିଶାରେ ପ୍ରତି ୩ ଜଣରେ ଜଣେ କରୋନା ରୋଗୀ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ୧୩ ନୂଆ କରୋନା ଆକ୍ରାନ୍ତ ଠାବ ହୋଇତିବା ବେଳେ ମୋଟ ସଂଖ୍ୟା ୭୪ରେ ପହଞ୍ଚିଛି। ଆଜି ଠାବ ବୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ କୋଲକାତାରୁ ଫେରିଥିଲେ। ମୋଟ ୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ବା ଏକ ତୃତୀୟାଂଶ ବ୍ୟକ୍ତି ପଶ୍ଚିମବଙ୍ଗରୁ ଫେରିଛନ୍ତି ବୋଲି ରାଜ୍ୟ ସରକାର ଜଣାଇଛନ୍ତି।

ପଶ୍ଚିମବଙ୍ଗରୁ ସଂକ୍ରମିତ ହୋଇ ଆସିଥିବା ଅଧିକାଂଶ ରୋଗୀ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ରାଜ୍ୟ ବା ଜିଲ୍ଲାର ପୁଲିସ ଓ ପ୍ରଶାସନ ସମସ୍ତ ଗ୍ରାମ ଉପରେ ନଜର ରଖିବା ସମ୍ଭବ ନୁହେଁ। ଏଣୁ ପଞ୍ଚାୟତଗୁଡ଼ିକ ପଶ୍ଚିମବଙ୍ଗରୁ ଫେରୁଥିବା ବ୍ୟକ୍ତି ଚିହ୍ନଟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସରକାର କହିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ସହ କରୋନା ପ୍ରତିହତ କରିବା ଲାଗି ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।

ସରକାରଙ୍କର ପଞ୍ଚାୟତ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ଏବଂ ଗ୍ରାମାଞ୍ଚଳରେ ଗୋଷ୍ଠୀଗତ ନଜର ଓ ଦେଖାରଖା ସାହାଯ୍ୟରେ କରୋନାକୁ ପ୍ରତିହତ କକରିବା ସମ୍ଭବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି।

Comments are closed.