ମୁଦ୍ରା ଦୁର୍ବଳ: ୧୦ ବର୍ଷରେ ଡଲାର ତୁଳନାରେ ଖସିଲାଣି ୩୫ ଟଙ୍କା

ଓଏଲ୍ ବ୍ୟୁରୋ: ଡଲାର ତୁଳନାରେ ଦିନକୁ ଦିନ ଅଧିକ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା। ଆଜି ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ରହିଛି ୭୬.୬୦ ଟଙ୍କା। ଏପ୍ରିଲ ୧୬ ତାରିଖରେ ଏହା ସର୍ବାଧିକ ଦୁର୍ବଳ ହୋଇ ପ୍ରାୟ ୭୭ ଟଙ୍କା (୭୬.୮୫୧)ରେ ପହଞ୍ଚିଥିଲା। ୧୦ ବର୍ଷ ତଳର ମୂଲ୍ୟକୁ ଯଦି ତଳନା କରାଯାଏ ତେବେ ଏହା ଭିତରେ ପ୍ରାୟ ୩୪ ଟଙ୍କା ଖସିଛି ଭାରତୀୟ ମୁଦ୍ରାର ମୂଲ୍ୟ।
୨୦୧୦ ମସିହାରେ ଡଲାରର ମୂଲ୍ୟ ସର୍ବନିମ୍ନ ୪୩.୭ ଟଙ୍କା ଥିଲା। ୨୦୧୪ ସାଧାରଣ ନିର୍ବାଚନ ପରେ ପରେ (୨୨ ମେ ୨୦୧୪) ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଦର ଥିଲା ୫୮.୩ ଟଙ୍କା। ୨୦୧୯ ସାଧାରଣ ନିର୍ବାଚନ ବେଳକୁ ଏ ବିନିମୟ ମୂଲ୍ୟ ଦୁର୍ବଳ ହୋଇ ସର୍ବନିମ୍ନ ୬୮.୩୭ (୧୦ ଜୁଲାଇ ୨୦୧୯) ରେ ପହଞ୍ଚିଥିଲା। ଗୋଟିଏ ବର୍ଷ ଭିତରେ ଏହା ଆଉ ୯ ଟଙ୍କା ଅଧିକ ଦୁର୍ବଳ ହୋଇଛି।