Odisha Link
Bridging the Missing Links in Odisha

ଲକ୍‌ଡାଉନ୍: ୧.୭ ଲକ୍ଷ ଟଙ୍କାରେ ଡଙ୍ଗା କିଣି ଚେନ୍ନାଇରୁ ଓଡ଼ିଶା ଆସିଲେ

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ସଡ଼କ ପଥ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଅଭିନବ ଉପାୟରେ ଘରକୁ ବାହୁଡ଼ିଛନ୍ତି ଚେନ୍ନାଇରେ ଫସି ରହିଥିବା ୧୦ ଜଣ ଓଡ଼ିଆ। ତେବେ ଘରେ ପହଞ୍ଚିବା ପୂର୍ବରୁ ପ୍ରଶାସନ ସେମାନଙ୍କୁ ଧରିନେଇ କ୍ବାରାଣ୍ଟିନ୍‌ ଗୃହରେ ରଖିଛି।

ଚେନ୍ନାଇରେ ଫସି ରହିଥିବା ଓଡ଼ିଶାର ୧୦ ଜଣ ଓ ଆନ୍ଧ୍ରର ୧୬ ଜଣ ମତ୍ସ୍ୟଜୀବୀ ଘରକୁ ଫେରିବା ପାଇଁ ବ୍ୟାକୁଳ ଥିବା ବେଳେ ଏକ ଅଭିନବ ଚିନ୍ତା ସେମାନଙ୍କୁ ରାହା ଦେଇଥିଲା। ମିଳିତ ଭାବେ ସେମାନେ ଟଙ୍କା ଆଦାୟ କରି ୧ ଲକ୍ଷ ୭୦ ହଜାର ଯଙ୍କା ବିନିମୟରେ ଚେନ୍ନାଇରୁ ଏକ ମୋଟର ବୋଟ୍‌ କିଣିଥିଲେ। ଜଳପଥରେ ୫ ଦିନ ଯାତ୍ରା କରି ଆଜି ସେମାନା ଓଡ଼ିଶା ଆନ୍ଧ୍ର ସୀମାରେ ଥିବା ଶ୍ରୀକାକୁଲମ ନିକଟ ଡୋଙ୍କୁରୁ ଗାଁ ଠାରେ କୂଳ ଛୁଇଥିଲେ। ଘରକୁ ଆସିବାକୁ ପ୍ରସ୍ତୁତ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ଶ୍ରୀକାକୁଲମ ପ୍ରଶାସନ ଓ ପୁଲିସ ସେମାନଙ୍କ ନିକଟରେ ପହଞ୍ଚି ସମସ୍ତଙ୍କୁ କ୍ବାରାଣ୍ଟିନ୍‌ ଗୃହକୁ ପଠାଇ ଦେଇଥିଲେ।

ଡଙ୍ଗାରେ ମୋଟ ୨୭ ଜଣ ଥିବା ବେଳେ ଏମାନଙ୍କ ମଧ୍ୟରେ ୧୦ ଜଣ ଓଡ଼ିଆ, ୧୬ ଜଣ ଆନ୍ଦ୍ରପ୍ରଦେଶର ଅଛନ୍ତି। ସମସ୍ତେ ଆଜି ଠାରୁ ୧୪ ଦିନ ଯାଏଁ ସୀମାନ୍ତବର୍ତ୍ତୀ ଇଚ୍ଛାପୁରମ ସ୍ଥିତ ପୁରୁଷୋତ୍ତମପୁରମ୍‌ ମଡେଲ ସ୍କୁଲରେ ରହିବେ।

Comments are closed.