Odisha Link
Bridging the Missing Links in Odisha

ମୁମ୍ବାଇ ପରେ ଚେନ୍ନାଇ: ୨୫ ସାମ୍ବାଦିକ କରୋନା ପଜିଟିଭ୍

ଚେନ୍ନାଇ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମୁମ୍ବାଇ ପରେ ଏବେ ଚେନ୍ନାଇର ଏକ ନ୍ୟୁଜ୍‌ ଚ୍ୟାନେଲର ୨୫ ଜଣ କର୍ମଚାରୀ କରୋନା ପଜିଟିଭ ଆକ୍ରାନ୍ତ ହୋିଥିବା ଖବର ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଯେ, ତାମିଲ ନ୍ୟୁଜ ଚ୍ୟାନେଲରେ କାର୍ଯ୍ୟରତ ଥିବା ୨୫ ଜଣ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି। ସେ ମଧ୍ୟରେ ପତ୍ରକାର, କ୍ୟାମେରାମ୍ୟାନ୍‌ ଓ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ତାମିଲ ନ୍ୟୁଜ ଚ୍ୟାନେଲର ପାଖାପାଖୀ ୯୪ ଜଣଙ୍କ ନମୁନା ପରୀକ୍ଷା କରା ଯାଇଥିଲା। ୨୫ ଜଣ କରୋନା ଆକ୍ରାନ୍ତ ଜଣା ପଡ଼ିବା ପରେ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲାଇଭ ପ୍ରେଗ୍ରାମକୁ ବନ୍ଦ କରି ଦିଆଯାଇଥିଲା। ଏବଂ ଚ୍ୟାନେଲର ଅନ୍ୟ କର୍ମଚାରୀ ମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ସୂଚନା ରହିଛି।

Comments are closed.