Odisha Link
Bridging the Missing Links in Odisha

କରୋନାରୁ ସୁସ୍ଥ ହେବା ପରେ ବି ଜୀବନ ଗଲା

ଭୁବନେଶ୍ବର: ଆଜି ୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କରୋନା ଭାଇରସରୁ ସୁସ୍ଥ ହେବା ପରେ ତାଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗ ମେଦିନପୁରରୁ ଆସିଥିବା ୭୦ ବର୍ଷିୟ ବ୍ୟକ୍ତିଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି। ସେ ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ୪୪ ନମ୍ବର କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ତେବେ ସେ କରୋନାରୁ ସୁସ୍ଥ ହୋଇଥିଲେ। ଦୁଇ ଦୁଇ ଥର ପରୀକ୍ଷା ପରେ ତାଙ୍କ ନମୂନା ନେଗେଟିଭ ଆସିଥିଲା। ଏନେଇ ଟୁଇଟର ଜରିଆରେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

 ୭ ଏପ୍ରିଲରେ ମେଦିନିପୁରରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଭିମୁଖ୍ୟ ଆସିଥିଲେ ୪୪ ନମ୍ବର କରୋନା ଆକ୍ରାନ୍ତ। ସେହିଦିନ ରାତିରେ ଆସିବା ବାଟରେ ବାଲେଶ୍ୱରର ଏକ ଚା’ ଦୋକାନରେ ଅଟକିଥିଲେ । ୮ ଏପ୍ରିଲରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଆଇସୋଲେସନରେ ରହିଥିଲେ। ଆଉ ୯ ଏପ୍ରିଲରେ ତାଙ୍କ ନମୂନା ପଜିଟିଭ ଆସିଥିଲା। ତେବେ ପଜିଟିଭ ଜଣାପଡିବା ପରେ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କ୍ୟାନସର ପାଇଁ ତାଙ୍କର ଆଜି ମୃତ୍ୟୁ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଛନ୍ତି।

 

ପୂର୍ବରୁ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳରେ। ସେ ୪ ତାରିଖରୁ ଆକ୍ରାନ୍ତ ହୋଇ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ଏପ୍ରିଲ୍‌ ୬ରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରଥମ ଆକ୍ରାନ୍ତ ଜଣକ ପୂର୍ବରୁ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସେ କରୋନା ଭାଇରସରେ ସଂକ୍ରମଣ ହୋଇଥିବା ଜଣାପଡ଼ିଲା।

Comments are closed.