Odisha Link
Bridging the Missing Links in Odisha

ଅର୍ଣବ ଗୋସ୍ବାମୀଙ୍କ ଗିରଫ ଦାବିରେ ୭ ଲକ୍ଷ ଟୁଇଟ୍, ସମର୍ଥନରେ ଆଉ ୭ ଲକ୍ଷ

ଆଜି ଅପରାହ୍ଣ ଠାରୁ ଟୁଇଟରରେ #ArrestAntiIndiaArnab ଟ୍ରେଣ୍ଡିଂ ହେବାରେ ଲାଗିଛି। ଏ ଖବର ଲେଖ ହେବା ବେଳକୁ (ରାତି ୧୧ଟା ସୁଦ୍ଧା) ଏହି ହାଶ୍‌ଟ୍ୟାଗ୍‌ ବ୍ୟବହାର କରି ପ୍ରାୟ ୭ ଲକ୍ଷ ୧୦ ହଜାର ଟୁଇଟ୍‌ ହୋଇଥିବା ବେଳେ ଏହାର ବିରୋଧରେ #IsupportArnabGoswami ହାଶ୍‌ଟ୍ୟାଗ୍‌ ବ୍ୟବହାର କରି ୭ ଲକ୍ଷ ୩୨ ହଜାର ଟୁଇଟ୍‌ ହୋଇଛି।

ମହାରାଷ୍ଟ୍ରର ପାଲଘର ଭିଡ଼ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ବି ମୁସଲମାନ ନ ଥିବା ମହାରାଷ୍ଟ୍ର ସରକାର ସ୍ପଷ୍ଟ କରିବା ପରେ ବି ପ୍ରସିଦ୍ଧ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ ଏ ଘଟଣାକୁ ରିପବ୍ଲିକ୍‌ ଟିଭି ବିତର୍କରେ ସାଂପ୍ରଦାୟିକ ରଂଗ ଦବା ସହ ଦର୍ଶକଙ୍କୁ ହିଂସା ପାଇଁ ଉଓକାଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ଟୁଇଟର ବ୍ୟବହାରକାରୀମାନେ ଅର୍ଣ୍ଣବଙ୍କୁ ଭାରତ-ବିରୋଧୀ ଆଖ୍ୟା ଦେବା ସହ ତାଙ୍କର ଗିରଫଦାରୀ ଦାବି କରିଛନ୍ତି। ପାଲଘର ଘଟଣାରେ କେହି ମୁସଲମାନଙ୍କୁ ହତ୍ୟା କରାଯାଇ ନ ଥିବାରୁ କଂଗ୍ରେସ ଅଅଧ୍ୟକ୍ଷା ସୋନିଆ ଗାନ୍ଧୀ ଖୁସି ଅଛନ୍ତି ବୋଲି କହିଥିବା ମଧ୍ୟ ଅଭିଯୋଗ ହୋଇଛି। ଅର୍ଣ୍ଣବଙ୍କ ଭିଡିଓ କ୍ଲିପ୍‌ ଓ ଉତ୍ତେଜନାପୂର୍ଣ୍ଣ ତର୍କର ଉଦ୍ଧୃତାଂଶ ସହ ଟୁଇଟଣରେ #ArrestAntiIndiaArnab ଟ୍ରେଣ୍ଡିଂ ହେବାରେ ଲାଗିଛି।

ଏହି ଟ୍ରେଣ୍ଡିଂକୁ ବିରୋଧ କରି ଅର୍ଣ୍ଣବଙ୍କ ସମର୍ଥନରେ ମଧ୍ୟ ଅନୁରୂପ ସଂଖ୍ୟକ ଟୁଇଟର ବ୍ରବହାରକାରୀ ଆଗେଇ ଆସିଛନ୍ତି। ଖବର ଲେଖାହେବା ବେଳକୁ #IsupportArnabGoswami ହାଶ୍‌ଟ୍ୟାଗ୍‌ ସହ ପ୍ରାୟ ୭ ଲକ୍ଷ ୩୨ ହଜାର ଟୁଇଟ୍‌ ହୋଇଛି।

Comments are closed.