ଦେଶରେ ୨୧ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କ୍ରମାଗତ ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍ଡାଉନ୍। ହେଲେ କିଛି ଦିନ ହେବ କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୨୧ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧,୩୯୩ରେ ପହଁଞ୍ଚିଛି। ସେମଧ୍ୟରୁ ୬୮୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ଏପର୍ଯ୍ୟନ୍ତ ୪୨୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାକି ଏକ ଆଶ୍ବସ୍ତିକର ଖବର।
ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧ ଜଣଙ୍କ ମୃତ୍ୟୁ ହୋିଛି।
ସୂଚନାଥାଉକି, ଦେଶରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ୩ ମେ’ ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ବୃଦ୍ଧି କରିଛନ୍ତି ସରକାର। ଏପରରିକି ଯେଉଁ ଅଞ୍ଚଳରେ କରୋନା ମାମଲା ନାହିଁ ସେହି ସ୍ଥାନରେ ୨୦ ଏପ୍ରିଲ ପରଠାରୁ କିଛି କଟକଣା କୋହଳ କରାଯାିଛି।