Odisha Link
Bridging the Missing Links in Odisha

ଭୁଲ କରନ୍ତୁ ନାହିଁ, ନଚେତ କରୋନା ଭାଇରସ୍ ଆମ ସାଥିରେ ଦୀର୍ଘଦିନ ରହିବ: WHO

ଜେନେଭା: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ୨୧୦ରୁ ଉର୍ଦ୍ଧ୍ବ ଦେଶ ମହାମାରୀ କରୋନାର ମୁକାବିଲା କରୁଛନ୍ତି। ଏହାରି ମଧ୍ୟରେ ସମସ୍ତ ଦେଶକୁ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। କେହି କିଛି ବି ଭୁଲ କରନ୍ତୁ ନାହିଁ । ନଚେତ ମହାମାରୀ କରୋନା ଭାଇରସର ସଂକ୍ରମଣ କମିଲେ ମଧ୍ୟ ବିଶ୍ୱରେ ଏହା ଅନେକ ଦିନ ଧରି ଆମ ସହ ରହିବ। ଏପରି କହି ସତର୍କ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ।

ଏହି ମହାମାରୀ ପାଇଁ ଅର୍ଥନୀତି ଠାରୁ ଆରମ୍ଭ କରି ସାଧାରଣ ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। କିଛି ରାଷ୍ଟ୍ର ଏହାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍ ନିୟମ କୋହଳ କରିବାକୁ ଚିନ୍ତା କରୁଛନ୍ତି। ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନା କେତେ ଭୟଙ୍କର ହୋଇପାରେ, ସେ ବିଷୟରେ ସମସ୍ତ ରାଷ୍ଟ୍ରକୁ ସତର୍କ କରାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ କହିଛନ୍ତି, ଯେଉଁ ଦେଶଗୁଡ଼ିକ ଭାବୁଛନ୍ତି ଯେ ସେମାନେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରି ନେଇଛନ୍ତି, ଭାବିବା ଭୁଲ। କାରଣ କରୋନା ଆମ ସହ ବହୁ ଦିନ ଯାଏ ରହିବ। ତେଣୁ ଆମେକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।

ସେ ଆହୁରି କହିଛନ୍ତି ଯେ, ଯେଉଁ ଦେଶଗୁଡ଼ିକ ଭାବୁଛନ୍ତି ଯେ ସେମାନେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରି ନେଇଛନ୍ତି। ସେହି ସ୍ଥାନରେ ପୁଣିଥରେ କରୋନା ସଂକ୍ରମଣ ଦେଖିବାକୁ ମିଳୁଛି। ଆମେରିକା, ଆଫ୍ରିକା ଭଳି ଦେଶ ଗୁଡ଼ିକରେ ମହାମାରୀ କରୋନା ଭାଇରସ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଯାହା ବିଶ୍ବ ପାଇଁ ବିପଦର ସଙ୍କେତ ବୋଲି କହିଛନ୍ତି ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ।

ଏଥିସହିିତ ସେ କହିଛନ୍ତି ଯେ, ତେଣୁ କେହି ବି ଭୁଲ କରନ୍ତୁ ନାହିଁ। ଆମକୁ ବହୁ ଦିନ ଯାଏ ଏହି ଲଢ଼େଇକୁ ଜାରି ରଖିବାକୁ ପଡ଼ିବ। ଏହି ଭାଇରସ ଆମ ସହ ବହୁ ଦିନ ଯାଏ ରହିବ ବୋଲି ସେ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି।

ଜାନୁଆରୀ ୩୦ରେ ବିଶ୍ୱରେ କରୋନା ପାଇଁ ଜରୁରୀ କାଳୀନ ସ୍ଥିତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲା। ଏହାଦ୍ୱାରା ସମସ୍ତେ କରୋନା ଆସିବା ପୂର୍ବରୁ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ୱେଷ୍ଟର୍ଣ୍ଣ ୟୁରୋପରେ ମହାମାରୀ କରୋନା ସ୍ଥିତି ସ୍ଥିର ଓ ହ୍ରାସ ପାଉଛି। ସେଠାରେ ସଂଖ୍ୟା ବହୁତ କମ୍‌ ବୋଲି ସେ କହିଛନ୍ତି।

Comments are closed.