Odisha Link
Bridging the Missing Links in Odisha

ମାରି ମାରି ଦରମରା କଲା ପୁଲିସ, ଦେଖନ୍ତୁ ଭିଡିଓ

ଭୋପାଳ: ଅତି ଅମାନୁଷିକ ଭାବେ ବଜାର ଉପରେ ଜଣେ ବ୍ୟକ୍ତିଙ୍କୁ ମାରି ମାରି ଦରମରା କରିଛି ମଧ୍ୟପ୍ରଦେଶ ପୁଲିସ। ଏ ଘଟଣା ଜଣାପଡ଼ିବା ପରେ ଦୁଇ ପୁଲିସ ଅଧିକାରୀଙ୍କୁ ବଦଳି କରିଛନ୍ତି ସ୍ଥାନୀୟ ସରକାର। ଦୁଇ ଅଧିକାରୀ ହେଲେ ହେଡ କନଷ୍ଟେବଲ କୃଷ୍ଣ ଡୋଙ୍ଗରେ ଓ କନଷ୍ଟେବଲ ଆଶିଷ।

ଘଟଣା ଘଟିଛି ମଧ୍ୟପ୍ରଦେଶ ଛିନ୍ଦଓ୍ବାରା ଜିଲ୍ଲା ଲୋଧିଖେଡ଼ା ଥାନାର ପିପଲ ନାରାୟଣଓ୍ବାର ଗାଁରେ। ପୀଡ଼ିତଙ୍କ ଅପରାଧ ବାବଦରେ ଜଣା ପଡ଼ି ନଥିଲେ ହେଁ ଏକ ଭାଇରାଲ ଭିଡିଓରେ ଜଣେ ପୁଲିସ ଅଧିକାରୀ ତାଙ୍କୁ ଏକ ପ୍ଲାଷ୍ଟିକ୍‌ ବାଡ଼ିରେ ପିଟୁଥିବା ଦେଖିବାକୁ ମିଳିଛି। ପୁଲିସ ପୀଡ଼ିତଙ୍କ ଦେହ, ମୁଣ୍ଡ ସବୁଆଡ଼େ ମାଡ଼ ମାରି ଚାଲିଥିବା ବେଳେ ଅନ୍ୟ ଜଣେ ପୁଲିସ ଅଧିକାରୀ ହାତରେ ବାଡ଼ ଧରି ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ମୁଣ୍ଡରେ ମାଡ଼ ବାଜିବା ପରେ ବ୍ୟକ୍ତି ଜଣକ ତଳେ ଅଚେତ ହୋଇ ପଡ଼ି ଯାଉଥିବା ଦେଖାଯାଇଛି। ଏହା ପରେ ବି ପୁଲିସ ତାଙ୍କୁ ମାଡ଼ ମାରି ଚାଲିଛି। ଶେଷରେ ଜଣେ ସାଦା ପୋଷାକଧାରୀ ବ୍ୟକ୍ତିଙ୍କ ସହଯୋଗରେ ଆହତଙ୍କୁ ଟେକିନେଇ ପୁଲିସ ଭ୍ୟାନରେ ରଖୁଛନ୍ତି ପୁଲିସ ଅଧିକାରୀ।

ଭିଡିଓଟି କେହି ଜଣେ ପାଖରେ ଥିବା ଏକ ଦୋକାନରୁ ଉଠାଇ ଭାଇରାଲ କରିଛନ୍ତି। ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି ଜଣେ ମଦ୍ୟପ ବୋଲି ପୁଲିସ କହିଛି। ଘଟଣାରେ ଜଡ଼ିତ ଦୁଇ ପୁଲିସ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ଅନ୍ତର୍ବିଭାଗୀୟ ତଦନ୍ତ ଚାଲିଛି।

https://www.facebook.com/OdishaLink/videos/251821209498487