Odisha Link
Bridging the Missing Links in Odisha

ପରଲୋକରେ ବାଲେଶ୍ବରର ସଦର ବିଧାୟକ ମଦନ ମୋହନ ଦତ୍ତ

ଭୁବନେଶ୍ବର: ପରଲୋକରେ ବାଲେଶ୍ବରର ସଦର ବିଧାୟକ ମଦନ ମୋହନ ଦତ୍ତ। ସେ ଭାରତୀୟ ଜନତା ଦଳର ବିଧାୟକ ଥିଲେ। ମଦନ ମୋହନ ଦତ୍ତଙ୍କ ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିବା ତାଙ୍କ ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି। ପ୍ରାୟ ଦେଢ଼ମାସ ହେବ ସେ ହୃଦରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ।

ତାଙ୍କୁ ଗତ କିଛିଦନ ତଳେ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟରେ ଅନେକାଂଶ ସୁଧାର ଆସିବାରୁ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।୨୦୧୯ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ସେ ବିଧାୟକ ହୋଇଥିଲେ। ବିଜେପି ଜିଲ୍ଲା ସଭାପତି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ମଦନଙ୍କ ବିୟୋଗ ରାଜ୍ୟ ବିଜେପି ପାଇଁ ଅପୁରଣୀୟ କ୍ଷତି ବୋଲି ବରିଷ୍ଠ ନେତା କହିଛନ୍ତି।

ଏଥିସହିତ ରାଜ୍ୟରେ ଆଗକୁ ଆଉ ଏକ ଉପନିର୍ବାଚନ ଦେଖିବାକୁ ମିଳିବ ବୋଲି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି।

Comments are closed.