Odisha Link
Bridging the Missing Links in Odisha

ଭାରତର ଅମ୍ବାଲାରେ “ରାଫେଲ”

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଆଜି ଭାରତରେ ପହଞ୍ଚିଲା ରାଫେଲ। କିଛି ସମୟ ପୂର୍ବରୁଭାରତର ଅମ୍ବଲା ବିମାନଘାଟିରେ ପହଁଞ୍ଚିଲା ଲଢ଼ୁଆ ବିମାନ ରାଫେଲ। ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାରବେସରେ ପହଞ୍ଚିଛି। ବାୟୁସେନା ମୁଖ୍ୟ ସ୍ବାଗତ କରିଛନ୍ତି।

ଏଥିପାଇଁ ଅମ୍ବଲା ବିମାନଘାଟିର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରାଯିବା ସହ ୩ କିଲୋମିଟର ପର୍ୟ୍ୟନ୍ତ ଅଂଚଳକୁ ନୋ ଫ୍ଲାଇଙ୍ଗ୍ ଜୋନ ଘୋଷଣା କରାଯାଇଛି। ଘଂଟା ପ୍ରତି ସର୍ବାଧିକ ଗତି ୨,୧୩୦ କିଲୋମିଟର ଉଡିବାର କ୍ଷମତା ରଖିଛି ରାଫେଲ। ଏହାସହ ୫୦ହଜାର ଫୁଟ୍ ଉଚ୍ଚରେ ଆରାମରେ ଉଡିବା ସହ ଆକ୍ରମଣ କରିପାରିବ, ଆକାଶରେ ୩ ହଜାର ୭ଶହ କିଲୋମିଟର୍ ପର୍ୟ୍ୟନ୍ତ ଟାର୍ଗେଟକୁ ଭେଦ କରିପାରିବ, ଡେଲ୍ଟା ଡେଣା ସାହଯ୍ୟରେ ଶୂନ୍ୟରେ ଗୋଟିଏ ସ୍ଥାନରେ ସ୍ଥିର ରହିିିବାର ରହିଛି କ୍ଷମତା ।

ସେହିପରି ଉନ୍ନତ ଇଂଜିନ୍ ଯୋଗୁଁ ମାତ୍ର ତିନି ସେକେଣ୍ଡରେ ଛୁଇଁପାରେ ସୁପର୍ସୋନିକ ସ୍ପିଡ୍, ଜଳ, ସ୍ଥଳ ଓ ଆକାଶରେ ଟାର୍ଗେଟ୍କୁ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିବା ସହ ଆକାଶରେ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିପାର କ୍ଷମତା ରହିଛି । ଏବଂ ପରମାଣୁ ଅସ୍ତ୍ର ଧରି ଶତ୍ରୁପକ୍ଷ ଉପରେ ମାତ୍ର କେଇ ସେକେଣ୍ଡରେ ମାଡ କରିବାର ରହିଛି କ୍ଷମତା।

Comments are closed.