Odisha Link
Bridging the Missing Links in Odisha

ବଡ଼ଚଣା ବିଧାୟକଙ୍କ ଡ୍ରାଇଭର ଓ ପିଏସ୍‌ଓକୁ କରୋନା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଡ୍ରାକଭର ଓ ପିଏସ୍‌ଓ କରୋନା ପଜିଟିଭ ଚିହ୍ନଟ। ଏନେଇ ବିଧାୟକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି।

ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ତାଙ୍କ ଡ୍ରାଇଭର, ପିଏସ୍‌ଓଙ୍କ ସମେତ ୪ଜଣ ଗୃହସହାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ତାଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌ ଆସିଥିବା ସହ ତାଙ୍କ ପତ୍ନୀ ଓ ପୁଅର ମଧ୍ୟ ସ୍ବାବ ରିପୋର୍ଟ ନେଗେଟିଭ ଆସିଛି। ଏଥିସହିତ ତାଙ୍କ ପରିବାର ହୋମ୍‌ ଆଇସୋଲେସନରେ ରହିଛି ବୋଲି ଅମର କହିଛନ୍ତି।

ସୂଚନାଥାଉକି, ରାଜ୍ୟରେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୪ଜଣ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Comments are closed.