Odisha Link
Bridging the Missing Links in Odisha

ଭାରତରେ ରାଫେଲ: ନୂଆ ଯୁଗର ଆରମ୍ଭ-ରାଜନାଥ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାରତରେ ପହଁଞ୍ଚିଲା ଲଢ଼ୁଆ ରାଫେଲ ବିମାନ। ଆଜି ଅପରାହ୍ନ ୩ଟା ସମୟରେ ଅମ୍ବାଲା ଏୟାରବେସରେ ପହଞ୍ଚିଛି ଘାତକ ଯୁଦ୍ଧ ବିମାନ ରାଫେଲ। ୫ଟି ରାଫେଲ ମଧ୍ୟରେ ତିନୋଟି ଟ୍ରେନର ଓ ଦୁଇଟି ଲଢ଼ୁଆ ବିମାନ ରହିଛି।

ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସେନାର ଇତିହାସରେ ନୂଆ ଯୁଗର ଆରମ୍ଭ ହୋଇଛି। ଏବେ ବାୟୁସେନାର ଶକ୍ତି ବଢ଼ିବ । ବର୍ତ୍ତମାନ ଦେଶର ଶତ୍ରୁମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହାସହ ଠିକ ସମୟରେ ଠିକ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଏଥିସହିତ ଭାରତୀୟ ବାୟୁସେନାକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ରାଜନାଥ ସିଂହ।

Comments are closed.