Odisha Link
Bridging the Missing Links in Odisha

କରୋନା: କଟକରେ ଆଉ ୫୬ ଆକ୍ରାନ୍ତ ଚିହ୍ନଟ

କଟକ: କଟକ ଜିଲ୍ଲାରୁ ଆଜି ୬୧ ଜଣ କରୋନ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୫୬ ଆକ୍ରାନ୍ତ କେବଳ କଟକ ସହରର। ଏନେଇ ସୂଚନା ଦେଇଛି କଟକ ମହାନଗର ନିଗମ। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ବାସିନ୍ଦା।

କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୩ରେ ପହଁଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୨୧ଜଣ ସୁସ୍ଥ ହୋଇଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୫୦୨ ଆକ୍ଟିଭ କେସ୍ ରହିଛି । ଏନେଇ ସିଏମ୍‌ସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

Comments are closed.