Odisha Link
Bridging the Missing Links in Odisha

ଭାରତରେ ରାଫେଲ୍, ସଂସ୍କୃତରେ ଶ୍ଲୋକ ଲେଖି ସ୍ବାଗତ କଲେ ପିଏମ୍‌ ମୋଦି

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ଲ୍ୟାଣ୍ଡିଂ କରିଛି ରାଫେଲ୍‌ ବିମାନ। ସୋମବାରରୁ ଉଡ଼ାଣ ଆରମ୍ଭ କରିଥିବା ରାଫେଲ ବିମାନ ୭ହଜାର କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ଆଜି ଭାରରେ ପହଁଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ରାଫେଲ ବିମାନର ସ୍ବାଗତ କଲେ। ସଂସ୍କୃତ ଭାଷାରେ ଏକ ଶ୍ଲୋକ ଲେଖି ସ୍ବାଗତ କରିଛନ୍ତି ପିଏମ୍‌ ମୋଦି।

ମୋଦି ଟୁଇଟ କରି କହିଛନ୍ତି ଯେ, ରାଷ୍ଟ୍ରର ସୁରକ୍ଷାଠାରୁ ଆଉ କିଛି ପୁଣ୍ୟ ପାହିଁ । ରାଷ୍ଟ୍ରର ସୁରକ୍ଷା ଠାରୁ ଆଉ କିଛି ବ୍ରତ କି ଯଜ୍ଞ ନାହିଁ ବୋଲି ସେ କହିଛନ୍ତି ଏହାସହ ଦେଶରେ ରାଫେଲ ଯୁଦ୍ଧ ବିମାନ କୁ ସ୍ୱାଗତ କରିଛନ୍ତି ମୋଦି।

ସେହିପରି ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୁଇଟ କରି କହିଛନ୍ତି ଯେ,ଭାରତୀୟ ସେନାର ଇତିହାସରେ ନୂଆ ଯୁଗର ଆରମ୍ଭ ହୋଇଛି। ଏବେ ବାୟୁସେନାର ଶକ୍ତି ବଢ଼ିବ। ବର୍ତ୍ତମାନ ଦେଶର ଶତ୍ରୁମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହାସହ ଠିକ ସମୟରେ ଠିକ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।ଏଥିସହିତ ଭାରତୀୟ ବାୟୁସେନାକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ରାଜନାଥ ସିଂହ।

Comments are closed.