Odisha Link
Bridging the Missing Links in Odisha

୨୨ ବର୍ଷ ବୟସରେ ପନ୍ଥଙ୍କ ପାଖେ ଧୋନିଙ୍କଠୁ ଅଧିକ ଖେଳ ଅଛି: ନେହେରା

ଓଏଲ୍‌ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଓ୍ବିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ତେବେ ଭାରତୀୟ ଦଳର ଓ୍ବିକେଟ ରକ୍ଷକ ବିକଳ୍ପ କିଏ ହେବ। ଏନେଇ ଲାଗି ରହିଛି କଳ୍ପନାଜଳ୍ପନା। ହେଲେ ଭାରତୀୟ ଦଳର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରା କହିଛନ୍ତି ଯେ, ୨୨ ବର୍ଷୀୟ ଋଷଭ ପନ୍ଥଙ୍କ ପାଖେ ଭାରତୀୟ ଦଳକୁ ୨୩ ବର୍ଷ ବୟସରେ ଆସିଥିବା ମହେନ୍ଦ୍ର ସିଂ ଧୋନିଙ୍କ ଅପେକ୍ଷା ଭଲ ଖେଳ ଅଛି। ବର୍ତ୍ତମାନ ଋଷଭ ପନ୍ଥ ଖରାପ ବାରମ୍ବାର ଶଟ୍‌ ଚୟନ କରି ସମାଲୋଚନାର ଶିକାର ହେଉଛନ୍ତି।

ଋଷଭ ପନ୍ଥ ପ୍ରଥମେ ସୀମିତ ଓଭର କ୍ରିକେଟରେ ଭାରତୀୟ ଦଳର ନିୟମିତ ସଦସ୍ୟ ହେଉଥିଲେ। ହେଲେ ବର୍ତ୍ତମାନ ଟିମ୍‌ ମ୍ୟାନଜେମଣ୍ଟ ଋଷଭଙ୍କ ସ୍ଥାନରେ କେଏଲ୍‌ ରାହୁଲଙ୍କୁ ପ୍ରମୋଟ କରୁଛି। କାରଣ ରାହୁଲ ଓ୍ବିକେଟ କିପିଂ ଓ ବ୍ୟାଟିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଯାହା ଫଳରେ ଟିମ୍‌ ଇଣ୍ଡିଆରେ ଅଧିକ ବିକଳ୍ପ ରହି ପାରୁଛି। ଏଥିପାଥଁ ଟିମ୍‌ ମ୍ୟାନେଜ ମେଣ୍ଟ ରାହୁଲଙ୍କୁ ପ୍ରମୋଟ କରିବା ଆରମ୍ଭ କରିଛନ୍ତି।

ଆଶିଷ ନେହେରାଙ୍କ କହିବା ମୁତାବିକ ଯଦି ଋଷଭ ପନ୍ଥ ନିଜ କ୍ଷମତା ଅନୁସାରେ ଖେଳ ଜାରି ରଖିବେ ତେବେ ଦିନେ ସେ ଭାରତୀୟ ଦଳ ପାଇଁ ଧୋନିଙ୍କଠୁ ଅଧିକ ଭଲ ଖେଳାଳି ସାବ୍ୟସ୍ତ ହୋଇ ପାରିବା।ଏଥିସହିତ ନେହେରା କହିଛନ୍ତି ଯେ, ପନ୍ଥଙ୍କୁ ଧୋନିଙ୍କ ସ୍ଥାନରେ ପହଁଞ୍ଚିବାକୁ ହେଲେ ଆହୁରି କଠିନ ପରିଶ୍ରମ କରିବାର ଅଛି। ଯେମିତିକି ମହେନ୍ଦ୍ର ସିଂ ଧୋନି ତାଙ୍କ କ୍ରିକେଟ କ୍ୟାରିୟର କରିଛନ୍ତି।

ନେହେରା କହିଛନ୍ତି ଯେ, ଋଷଭ ପନ୍ଥ ୧୪ ବର୍ଷ ବୟସରେ ସୋନଟ କ୍ଲବ ପକ୍ଷରୁ ଖେଳୁଥିଲେ। ସେ ବହୁତ ଭଲ ଖେଳେ। ୨୨ ବର୍ଷ ବୟସରେ ଋଷଭଙ୍କ ପାଖେ ଯେଉଁ ଟ୍ୟାଲେଣ୍ଟ ଅଛି ୨୦୦୪ ମସିହାରେ ଟିମ୍‌ ଇଣ୍ଡିଆକୁ ୨୩ ବର୍ଷ ବୟସରେ ଧୋନି ଯତେବେଳେ ଆସିଥଲେ ସେତେବେଳେ ଏତେ ଟ୍ୟାଲେଣ୍ଟ ନଥିଲା। ହେଲେ ଧୋନି ନିଜର ଖେଳରେ ଉନ୍ନତି କରି ଛାପ ଛଡ଼ିଥିଲେ। ହେଲେ କଣ ପନ୍ଥ ଧୋନିଙ୍କ ପରି ମାନସିକ ଦୃଢ଼ତା ସହ ଖେଳିପାରିବେ। ସେହି ଆଧାରରେ ପନ୍ଥଙ୍କ କ୍ୟାରିୟର ନିର୍ଦ୍ଧାରିତ ହୋଇପାରିବ ବୋଲି ଆଶିଷ ନେହେରା କହିଛନ୍ତି।

Comments are closed.