ଖୋର୍ଦ୍ଧାରେ ଗଣେଶ ପୂଜା ବନ୍ଦ : ଜିଲ୍ଲାପାଳ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଳାପାଳ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସନତ ମହାନ୍ତି। ଶ୍ରୀ ମାହାନ୍ତି କହିଛନ୍ତି ଯେ, ସ୍ବତନ୍ତ୍ର ଟିମ୍ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍ ଯାଞ୍ଚ କରାଯିବ। ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହୋଇପାରିବ ନାହିଁ। କୋଭିଡ୍ ଟେଷ୍ଟ ବୃଦ୍ଧି କରି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ। ଦରକାର ପଡ଼ିଲେ ସଟଡାଉନ୍ ପରି କଠୋର ନିଷ୍ପତ୍ତି ନିଆଯିବ।