Odisha Link
Bridging the Missing Links in Odisha

ବାଙ୍କୀରେ ଘାଇ

କଟକ: ବାଙ୍କୀରେ ଘାଇ। ମହାନଦୀ ଅବବାହିକା ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ଜିଲ୍ଲା ବାଙ୍କୀର ଗୟଳବାଙ୍କ ପାଖରେ ଘାଇ ସୃଷ୍ଟି ହୋଇଛି। ଘାଇ କାରଣରୁ ଗାଁ ଭିତରେ ମହାନଦୀ ଜଳ ପ୍ରବେଶ କରି ଛି ଫଳରେ ବହୁ ଗାଁ ଜଳମଗ୍ନ ହେବା ସହ ଚାଷ ଜମି ବନ୍ୟାଜଳରେ ବୁଡି ଯାଇଛି।କଇଁମୁଣ୍ଡି, ଶୁଖୁଆଖେଳା , ବିଲିପଡ଼ା ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି। ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟତରେ ବାଧା ସୃଷ୍ଟି ହେଉଛି। ବାଙ୍କୀ- ଭୁବନେଶ୍ୱର ରାସ୍ତା ଜଳମଗ୍ନ ହୋଇଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେବାରୁ ମୋଟ ୪୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲା ମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି।

Comments are closed.