Odisha Link
Bridging the Missing Links in Odisha

ଜେଇଇ ପରୀକ୍ଷାର୍ଥୀଙ୍କର ହେବ ଥର୍ମାଲ ସ୍କ୍ରିନିଂ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସମୟରେ ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ ପରୀକ୍ଷା ହେବ। ଭୁବନେଶ୍ୱରର ୬ଟି କେନ୍ଦ୍ରରେ ୧୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କର କରାଯିବ ଥର୍ମାଲ ସ୍କ୍ରିନିଂ। ଏଥିପାଇଁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି। ପରୀକ୍ଷା ପରିଚାଳନା ସହ କୌଣସି ପରୀକ୍ଷାର୍ଥୀମାନଙ୍କର ଯେପରି କିଛି ଅସୁବିଧା ହେବ ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ । ସେଥିପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ଭୁବନେଶ୍ବରରେ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେମାନଙ୍କର ଯେପରି କୌଣସି ଅସୁବିଧା ନ ହେବ, ସେ ନେଇ ବ୍ୟବସ୍ଥା କରାଯିବ। ଯେଉଁମାନେ ଖୋର୍ଦ୍ଧାରୁ ଅନ୍ୟ ଜିଲ୍ଲାକୁ ଯିବେ ପରୀକ୍ଷା ଦେବା ପାଇଁ ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। କେନ୍ଦ୍ର ବାହାରେ ଯେଉଁଭଳି ଗହଳି ନହେବ ଏବଂ ସାମାଜିକ ଦୂରତା ବଜାୟ ରହିବ ସେ ନେଇ ମଧ୍ୟ ଧ୍ୟାନ ଦିଆଯିବ। ଭୁବନେଶ୍ବରର ସ୍ବତନ୍ତ୍ର ପ୍ରଦକ୍ଷଣ କକ୍ଷରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକ ପରେ ଖୋର୍ଦ୍ଧା ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।

Comments are closed.