Odisha Link
Bridging the Missing Links in Odisha

ହୀରାକୁଦ: ଖୋଲିଲା ଆଉ ୨ଟି ଗେଟ୍, ‌୪୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ଉପରମୁଣ୍ଡ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧର ଜଳସ୍ତର ବଢିଚାଲିଛି। ମହାନଦୀରେ ବନ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ମଧ୍ୟରାତ୍ରିରେ ନଦୀବନ୍ଧର ଆଉ ଦୁଇଟି ଓ ସକାଳେ ଆଉ ଦୁଇଟି ସ୍ଲୁଇସ ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଖୋଲିଥିବା ଗେଟ୍‌ ସଂଖ୍ୟା ୪୪କୁ ବୃଦ୍ଧି ଥିଲା । ପରେ ଆଉ ୨ଟି ଗେଟ୍‌ ଖୋଲିଛି। । ଏହା ସହିତ ନିଷ୍କାସିତ ହେଉଛି ୭ ଲକ୍ଷ ୨୫ ହଜାର ୨୬ ଘନଫୁଟ ଜଳ। ହୀରାକୁଦ ଡ୍ୟାମର ଜଳସ୍ତର ୬୨୬.୮୧ ଫୁଟ ରହିଛି।

ସେପଟେ କଟକ ଜିଲ୍ଲାରେ ଥିବା ମୁଣ୍ଡୁଳି ବ୍ୟାରେଜରେ ଜଳସ୍ତର ବିପଦ ସଂକେତ ଉପରକୁୁ ଉଠିଯାଇଛି । ସେଠାରେ ଏବେ ୮ ଲକ୍ଷ ୯୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

Comments are closed.