Odisha Link
Bridging the Missing Links in Odisha

IPL ୨୦୨୦: ଦୀପକଙ୍କ ପରେ CSKର ରୁତୁରାଜ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଚଳିତ ବର୍ଷ IPL ସିଜିନରେ ଚେନ୍ନାଇ ସୁପର କିଙ୍ଗସ୍‌ ଟିମକୁ ଗୋଟିଏ ପରେ ଗୋଟିଏ ଝଟକା। ଗତକାଲି ଚେନ୍ନାଇର ଦ୍ରୁତ ବୋଲର ଦୀପକ ଚହର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି CSKର ଜଣେ ବ୍ୟାଟସମ୍ୟାନ କରୋନା ପଜଜିଟିଭ ଚିହ୍ନଟ ହୋଇଛନ୍ତି। CSKର ବ୍ୟାଟସମ୍ୟାନ୍‌ ରୁତୁରାଜ ଗାଏକ୍ବାଡେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏନେଇ କୀଡ଼ା ସାମ୍ବାଦିକ ବିକ୍ରାନ୍ତ ଗୁପ୍ତା ଟୁଇଟ କରିଛନ୍ତି।

ସପ୍ତାହେ ପୂର୍ବରୁ ୟୁଏଇରେ ପହଁଞ୍ଚିଥିବା ଚେନ୍ନାଇ ସୁପର କିଙ୍ଗସର ୨ଜଣ ଖେଳାଳିଙ୍କ ସହିତ ସହଯୋଗୀ ଷ୍ଟାଫ୍‌ ଓ ସୋଶିଆଲ ମିଡିଆ ଟିମର ୧୨ ଜଣ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ୟୁଏଇ ଗସ୍ତ ପୂର୍ବରେ ଆଇପିଏଲର ଗୋଟିଏ ଦଳ ଭାବେ CSK ହିଁ ଭାରତରେ ଅଭ୍ୟାସ ଶିବିରର ଆୟୋଜନ କରିଥିଲା।

ଅପରପକ୍ଷେ CSKର ଷ୍ଟାର ଖେଳାଳି ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତ ଫେରି ଆସିଛନ୍ତି। ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ଓ ରାଇନାଙ୍କୁ ଭାରତ ପ୍ରତ୍ୟବାର୍ତ୍ତନ ନିଶ୍ଚିତ ଭାବେ CSK ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Comments are closed.