Odisha Link
Bridging the Missing Links in Odisha

ଭାରତ-ଜାପାନ ସାମରିକ ସହଯୋଗ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ-ଚୀନର ସୀମା ବିବାଦକୁ ଦୃଷ୍ଟି​ରେ ରଖି ଭାରତ ଓ ଜାପାନ ମଧ୍ୟରେ ସାମରିକ ସହଯୋଗ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତର ପ୍ରତିରକ୍ଷା ସଚିବ ଅଜୟ କୁମାର ଓ ନୂଆଦିଲ୍ଲୀରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସୁଜୁକି ସାତୋଷୀଙ୍କ ମଧ୍ୟରେ ଗତକାଲି ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ସ୍ବାକ୍ଷରିତ ଚୁକ୍ତି (ମ୍ୟୁଚୁଆଲ ଲଜିଷ୍ଟିକ୍ ସପୋର୍ଟ ଆରେଞ୍ଜମେଣ୍ଟ) ଅନୁଯାୟୀ ଦୁଇଦେଶ ପରସ୍ପରକୁ ସାମରିକ ସହଯୋଗ ଦେବେ।

ସ୍ବାକ୍ଷରିତ ଚୁକ୍ତି ଅନୁଯାୟୀ ଦୁଇଦେଶର ପରସ୍ପରର ସାମରିକ ଭିତ୍ତିଭୂମିକୁ ବ୍ୟବହାର କରିପାରିବେ। ଏହା ପୂର୍ବରୁ ଆମେରିକା, ଫ୍ରାନ୍ସ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହିତ ଭାରତ ଅନୁରୂପ ଚୁକ୍ତି ସ୍ବାକ୍ଷର କରିଛି। ଏହି ଚୁକ୍ତି ସ୍ବାକ୍ଷର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କୁ ଫୋନ କରି କୃତଜ୍ଞତା ଜଣାଇଛନ୍ତି। ଭାରତ-ଜାପାନ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବାରେ ଆବେଙ୍କ ଭୂମିକାକୁ ମୋଦୀ ପ୍ରଶଂସା କରିଛନ୍ତି।

Comments are closed.