Odisha Link
Bridging the Missing Links in Odisha

ସ୍କୁଲ ଖୋଲିବା ପାଇଁ ବିରୋଧ କରିଛି ରାଜ୍ୟ ଅଭିଭାବକ ମହାସଂଘ

ଭୁବନେଶ୍ଵର: କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ଥିବା ସ୍କୁଲ ଗୁଡ଼ିକୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ବିରୋଧ କରିଛି ରାଜ୍ୟ ଅଭିଭାବକ ମହାସଂଘ। ବର୍ତ୍ତମାନ ସ୍କୁଲ ଖୋଲିବା ଦ୍ୱାରା କରୋନା ବ୍ୟାପିକା ଆଶଙ୍କା ରହିଛି। ବିଦେଶରେ ସ୍କୁଲ ଖୋଲିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ଯଦି ସ୍କୁଲରେ ଅସାବଧାନତା କାରଣରୁ କରୋନା ବ୍ୟାପେ, ସେଥିପାଇଁ କିଏ ଦାୟୀ ରହିବ ବୋଲି ସଂଘ ପ୍ରଶ୍ନ ଉଠାଇଛି।

କରୋନା ପରିସ୍ଥିତିରେ ଅନଲାଇନ୍ କ୍ଲାସକୁ ଆହୁରି ସୁଦୃଢ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ନିତ୍ୟାନ୍ତ ଆବଶ୍ୟକ। ଏନେଇ ଛାତ୍ରଛାତ୍ରୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ଉଚିତ। ତେଣୁ କେନ୍ଦ୍ର ସରକାର ଏହି ଆଦେଶର ପୁନଃବିଚାର କରି ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି ।

୨୧ ତାରିଖରୁ ଆଂଶିକ ଭାବେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗ୍ରୀନ୍ ସିଗନାଲ୍ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସ୍ଓପି ଜାରି କରିଛି। କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବା ପାଇଁ ଅନୁମତି ଦିଆଯାଇଛି।

Comments are closed.