Odisha Link
Bridging the Missing Links in Odisha

କରୋନା : ରାଜ୍ୟରେ ୩୯୯୬ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୧୧୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୫୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୬୩୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୨୦୯ଜଣ, ବରଗଡ଼ ଜିଲ୍ଲାରୁ ୯୭ଜଣ, ଭଦ୍ରକ ଜିଲ୍ଲାରୁ ୧୧୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨୪ଜଣ, ବୌଦ୍ଧ ଜିଲ୍ଲାରୁ ୩୯ଜଣ, କଟକ ଜିଲ୍ଲାରୁ ୩୫୪ଜଣ, ଦେଓଗଡ଼ ଜିଲ୍ଲାରୁ ୧୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୭ଜଣ, ଗଜପତି ଜିଲ୍ଲାରୁ ୨୫ଝଣ, ଗଞ୍ଜାମ ଜିଲ୍ଲାରୁ ୮୯ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୨ଜଣ, ଯାଜପୁର ଜିଲ୍ଲାରୁ ୧୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୯ଜଣ, କଳାହାଣ୍ଡି ଜିଲ୍ଲାରୁ ୫୮ଜଣ, କନ୍ଧମାଳ ଜିଲ୍ଲାରୁ ୪୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୦ଜଣ, କେନ୍ଦୁଝର ଜିଲ୍ଲାରୁ ୬୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୦୬ଜଣ, କୋରାପୁଟ ଜିଲ୍ଲାରୁ ୯୩ଜଣ, ମାଲକାନଗିରି ଜିଲ୍ଲାରୁ ୪୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୦ଜଣ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪୩୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୪୪୫୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୮୦୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.