Odisha Link
Bridging the Missing Links in Odisha

ମିକ୍ସଚର-ଗ୍ରାଇଣ୍ଡର ମଗରୁ ଉଦ୍ଧାର ହେଲା ସାପ

ଅନୁଗୁଳ: ଛେଣ୍ଡିପଦା ବ୍ଲକରେ ଥିବା ବଗଡ଼ିଆ ଗ୍ରାମରୁ ଏକ ସାପ ଉଦ୍ଧାର କରାଯାଇଛି। ସାପଟି ଏକ ମିକ୍ସଚର-ଗ୍ରାଇଣ୍ଡର ହ୍ୟାଣ୍ଡେଲରେ ଫସିଥିବା ଦେଖିବାକୁ ମିଳିଛି।

ପ୍ରକଶ ଯେ, ବଗଡ଼ିଆ ଗ୍ରାମରେ ନିରାକାର ମହାପାତ୍ରଙ୍କ ବାଡ଼ି ଅଗଣାରେ ଏକ ଧାତୁ ନିର୍ମିତ ଖଡ଼ ଖଡ଼ ଶବ୍ଦ ଶୁଣିଥିଲେ। ସେହି ଶବ୍ଦ ମଝିରେ ମଝିରେ ଶୁଣା ଯାଉଥାଏ, ପୁଣି ବନ୍ଦ ହେଇଯାଉଥାଏ। ଶବ୍ଦର ଉତ୍ପତ୍ତି କେଉଁଠି ଜାଣିବା ପାଇଁ ନିରାକାର ବାବୁ ଟର୍ଚ୍ଚ ଲାଇଟ ଧରି ଖୋଜାଖୋଜି କରିଥିଲେ। ପରେ ସେ ଦେଖିବାକୁ ପାଇଥିଲେ ଯେ, ତାଙ୍କ ବାଡ଼ି ଅଗଣାରେ ଏକ ପରିତ୍ୟକ୍ତ ମିକ୍ସଚର-ଗ୍ରାଇଣ୍ଡର ହ୍ୟାଣ୍ଡେଲ ଲାଗିଥିବା ମଗରେ ବଡ଼ ସାପ ଫସି ଯାଇଛି। ସାପଟି ଯିବା ବେଳେ ଉକ୍ତ ଷ୍ଟିଲ ପାତ୍ରଟି ଭୁଇଁରେ ଘଷି ହୋଇ ସେଇ ଶବ୍ଦ ବାହାରୁଛି। ଭୟଭୀତ ହେଇ ନିରାକାର ସ୍ନେକ ହେଲ୍ପ ଲାଇନକୁ ଫୋନ କରିିଥିଲେ। ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଏକ ଢ଼ମଣା ସାପ ବୋଲି ଚିହ୍ନଟ କଲେ।

ପାରେ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ପରାମର୍ଶ କରି ତାଙ୍କୁ ସାପର ଭିଡ଼ିଓ ପଠେଇଥିଲେ। ଶୁଭେନ୍ଦୁଙ୍କ ପରାମର୍ଶ କ୍ରମେ ଷ୍ଟିଲପାତ୍ରକୁ କାଟି ବାହାର କରାଯାଇ ସାପ ଦେହରେ ହୋଇଥିବା କ୍ଷତ ସ୍ଥାନକୁ ବ୍ୟାଣ୍ଡେଜ କରି ଜୀବାଣୁ ସଂକ୍ରମଣ ରୋକିବା ପାଇଁ ବେଟାଡିନ୍ ଲଗାଯାଇଥିଲା।

Comments are closed.