Odisha Link
Bridging the Missing Links in Odisha

ଭାରତ-ଚୀନ ସୀମା ବିବାଦ ସମାଧାନ ପାଇଁ ୫ସୂତ୍ରୀ ସହମତି

ନୂଆଦିଲ୍ଲୀ : ଏଲ୍‌ଏସିରେ ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବା ବେଳେ ଗତକାଲି ଦୁଇଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ସହ ଆଲୋଚନା କରିଛନ୍ତି। ପ୍ରାୟ ଅଢେଇଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଉଭୟ ସୀମା ବିବାଦର ଆପୋଷ ସମାଧାନ ପାଇଁ ୫ ସୂତ୍ରୀ ସହମତି ପ୍ରକାଶ କରିଛନ୍ତି।

ସୀମାନ୍ତ ଅଞ୍ଚଳରେ ଚାଲିଥିବା ବର୍ତ୍ତମାନର ସ୍ଥିତି କୌଣସି ଦେଶ ପକ୍ଷେ ହିତକର ନୁହେଁ। ବିବାଦୀୟ ସ୍ଥାନରୁ ସୈନିକ ହଟାଇବା ପାଇଁ କାମ କରିବା ଉଚିତ୍‌। ଦୁଇ ଦେଶ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରିବା ଦ୍ୱାରା ବିବାଦ କମ୍‌ ହେବ। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ରାୟକୁ ନେଇ ଚାଲିବାକୁ ପଡିବ। ମତଭେଦକୁ ନେଇ ବିବାଦ ହେବା ଉଚିତ୍‌ ନୁହେଁ।

୨ ଦେଶ ସୀମା ସହିତ ଜଡିତ ମାମଲାକୁ ଆପୋଷ ସମାଧାନ ଓ ପ୍ରୋଟକୋଲରକୁ ମାନିବା ଉଚିତ୍‌। ସୀମାରେ ଶାନ୍ତି କାୟମ କରି କାର୍ଯ୍ୟାନୁଷ୍ଠାନ ଠାରୁ ଦୂରେଇ ରହିବା ଉଚିତ୍‌। ଯାହାରା ପରିସ୍ଥିତି ଠିକ୍‌ ରହିବ। ସୀମାରେ ଲାଗିରହିଥିବା ବିବାଦକୁ ନେଇ ଉଭୟ ଦେଶ କାମ କରିବା ଉଚିତ। ଯାହାଦ୍ୱାରା ଲାଗିରହିଥିବା ବିବାଦର ସମାଧାନ ଖୁବ୍‌ଶୀଘ୍ର ହୋଇପାରିବ। ଆପୋଷ ଭରସା ମଧ୍ୟରେ ଆଗକୁ ବଢିବା ଉଚିତ୍‌। ଏଥିସହ ସ୍ପେଶାଲ ରିପ୍ରେନଜିଟିଭ୍‌ ଜରିଆରେ କଥାବାର୍ତ୍ତା ଜାରି ରଖିବା ଉଚିତ୍‌। ଡବ୍ଲୁଏମ୍‌ସିସି ବୈଠକ ହେବା ଉଚିତ୍‌।

Comments are closed.